ସିଭିଲ୍ ସର୍ଭିସ୍ ପରୀକ୍ଷା ପରୀକ୍ଷା ଫଳ ପ୍ରକାଶ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ସିଭିଲ୍ ସର୍ଭିସ୍ ପରୀକ୍ଷା ପରୀକ୍ଷା ଫଳ ପ୍ରକାଶ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଭୁବନେଶ୍ୱର : ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ(CSE) -୨୦୨୫  । ମୋଟ୍‌ ୯୫୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅନୁଜ ଅଗ୍ନିହୋତ୍ରୀ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟରେ ରାଜେଶ୍ୱରୀ ସୁଭେ ଏମ୍‌, ତୃତୀୟରେ ଆକାଂଶ ଧୂଲ୍‌ ସ୍ଥାନ ପାଇଛନ୍ତି। ଚତୁର୍ଥରେ ରାଘବ ଝୁନ୍‌ଝୁନ୍‌ୱାଲା,ପଞ୍ଚମରେ ଇଶାନ ଭଟ୍ଟନାଗର। ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ । ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ୱଳ ପ୍ରିୟଙ୍କା । ପ୍ରାର୍ଥୀମାନେ କମିଶନର ଅଫିସିଆଲ୍ ୱେବସାଇଟ upsc.gov.in ଏବଂ upsconline.nic.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ।

ସମ୍ବନ୍ଧିତ ଖବର ରାଜ୍ୟସଭା ନିର୍ବାଚନ: ବିଜେପି ପ୍ରଥମ ତାଲିକାରେ ନୀତିନ ନବୀନ, ରାହୁଲ ସିହ୍ନାଙ୍କ ସମେତ ୯ ଜଣ

ପରୀକ୍ଷା ପ୍ରକ୍ରିୟା ମେ ୨୫, ୨୦୨୫ରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରିଲିମ୍ସ ସହିତ ଆରମ୍ଭ ହୋଇଥିଲା। ମୁଖ୍ୟ ପରୀକ୍ଷା ୨୨ ଅଗଷ୍ଟ ରୁ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଶେଷ ପର୍ଯ୍ୟାୟ, ବ୍ୟକ୍ତିତ୍ୱ ପରୀକ୍ଷା କିମ୍ବା ସାକ୍ଷାତକାର, ୨୭ ଫେବୃଆରୀ, ୨୦୨୬ ରେ ଶେଷ ହୋଇଥିଲା। ପୂର୍ବ ଧାରା ଅନୁସାରେ, UPSC ସାଧାରଣତଃ ସାକ୍ଷାତକାର ଶେଷ ହେବାର ପ୍ରାୟ ଗୋଟିଏ ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ଫଳାଫଳ ଘୋଷଣା କରିଥାଏ।

ସମ୍ବନ୍ଧିତ ଖବର ଖେମିନିଙ୍କ ମୃତ୍ୟୁର ୪୮ ଘଣ୍ଟା ପରେ ମଧ୍ୟ ମୃତଦେହର କୌଣସି ଫଟୋ ନାହିଁ: ବଢ଼ୁଛି ସସ୍‌ପେନ୍ସ

ସେହିପରି  ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୧୦୦ ତମ ସ୍ଥାନରେ ଓ଼ଡିଶାରୁ  ସାତ୍ତ୍ଵିକ ସତ୍ୟକାନ୍ତ ଦେବତା ରହିଥିବାବେଳେ ୧୨୧ ତମ ସ୍ଥାନରେ ଅମୃତ ମହାପାତ୍ର ଅଛନ୍ତି I

ସମ୍ବନ୍ଧିତ ଖବର  ଇରାନ ସେନାକୁ ଖୋଲା ଚେତାବନୀ ଦେଲେ ଟ୍ରମ୍ପ, ଅସ୍ତ୍ର ଛାଡ଼ି କ୍ଷମା ମାଗ, ନଚେତ ମୃତ୍ୟୁ

ମୋଟ ୯୫୮ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିଶ ହୋଇଥିବା ବେଳେ ସେଥିରୁ ୩୧୭ ଜଣ ସାଧାରଣ ବର୍ଗ, ୧୦୪ ଜଣ ଇଡବ୍ଲୁଏସ୍ ବର୍ଗ, ୩୦୬ ଜଣ ଓବିସି ବର୍ଗ, ୧୫୮ ଜଣ ଏସସି ବର୍ଗ ଏବଂ ୭୩ ଜଣ ଏସଟି ପ୍ରାର୍ଥୀ ରହିଛନ୍ତି।

 

Tags: