ସିଭିଲ୍‌ ଜଜ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ପରିବା ବିକାଳିଙ୍କ ଝିଅ

ନୂଆଦିଲ୍ଲୀ: ମଇ ୦୬: ମିଳିଲା ପରିଶ୍ରମର ଫଳ । ଚାରିଥର ଉଦ୍ୟମ ପରେ ମଧ୍ୟପ୍ରଦେଶ ଇନ୍ଦୋରର ବୁଲା ପରିବା ବିକ୍ରେତାଙ୍କ ଝିଅ ଅଙ୍କିତା ନାଗର ସିଭିଲ୍ ଜଜ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗୁରୁବାର ସମ୍ବାଦ ସରବରାହ ସଂସ୍ଥାନ ପିଟିଆଇ ସହ ସାକ୍ଷାତ୍କାର ବେଳେ ୨୯ ବର୍ଷୀୟ ଅଙ୍କିତା ନାଗର କହିଛନ୍ତି ଯେ, ଚାକିରି ନିମନ୍ତେ ୩ ଥର ପରୀକ୍ଷାରେ ବିଫଳ ହେବା ସତ୍ତ୍ବେ ବିଚାରପତି ହେବା ପାଇଁ ଥିବା ନିଜସ୍ବ ଲକ୍ଷ୍ୟରୁ ସେ ଓହରି ଯାଇ ନ […]

Samaya Live Picture
Published On

ନୂଆଦିଲ୍ଲୀ: ମଇ ୦୬: ମିଳିଲା ପରିଶ୍ରମର ଫଳ । ଚାରିଥର ଉଦ୍ୟମ ପରେ ମଧ୍ୟପ୍ରଦେଶ ଇନ୍ଦୋରର ବୁଲା ପରିବା ବିକ୍ରେତାଙ୍କ ଝିଅ ଅଙ୍କିତା ନାଗର ସିଭିଲ୍ ଜଜ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗୁରୁବାର ସମ୍ବାଦ ସରବରାହ ସଂସ୍ଥାନ ପିଟିଆଇ ସହ ସାକ୍ଷାତ୍କାର ବେଳେ ୨୯ ବର୍ଷୀୟ ଅଙ୍କିତା ନାଗର କହିଛନ୍ତି ଯେ, ଚାକିରି ନିମନ୍ତେ ୩ ଥର ପରୀକ୍ଷାରେ ବିଫଳ ହେବା ସତ୍ତ୍ବେ ବିଚାରପତି ହେବା ପାଇଁ ଥିବା ନିଜସ୍ବ ଲକ୍ଷ୍ୟରୁ ସେ ଓହରି ଯାଇ ନ ଥିଲେ। ସେ କହିଛନ୍ତି, ୪ର୍ଥ ଉଦ୍ୟମରେ ମୁଁ ସିଭିଲ୍ ଜଜ୍ କ୍ଲାସ୍-୨ ପରୀକ୍ଷରେ ସଫଳ ହୋଇଛି। ଆନନ୍ଦ ବ୍ୟକ୍ତ କରିବାକୁ ମୁଁ ଭାଷା ପାଉନାହିଁ। ଅଙ୍କିତାଙ୍କ ବାପା ଅଶୋକ ନାଗର ମୁସାଖେଡ଼ି ଅଞ୍ଚଳରେ ପରିବା ବିକ୍ରୟ କରନ୍ତି। ଅଙ୍କିତା ମଧ୍ୟ ତାଙ୍କୁ ପରିବା ବିକ୍ରୟରେ ସହଯୋଗ କରନ୍ତି। ତେବେ ଆଇନରେ ସ୍ନାତକୋତ୍ତର ପାଠ ପଢିବାକୁ ସେଥିଲି ପିଲାବେଳରୁ ହିଁ ଆଗ୍ରହି । ଅର୍ଥର ଅଭାବ କିମ୍ବା ପାରିବାରିକ ଅନଗ୍ରସରତା ତାଙ୍କୁ ତାଙ୍କ ଲକ୍ଷ ଭଟକାଇନି । ତାଙ୍କର ଏହି ଦୃଢ ଇଚ୍ଛାଶକ୍ତି ତାଙ୍କୁ ଏକ ଭଲ ମଣିଷ କରି ଗଢି ତୋଳିବା ସହି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି ।