ପୁଣି ଆଲୋଚନା ପାଇଁ ପ୍ରସ୍ତାବ ଦେ‌ଲେ ସରକାର

ଆନ୍ଦୋଳନକାରୀ ଯେଉଁ ସ୍ଥାନ ସ୍ଥିର କରିବେ ସେଇଠି ବୈଠକ ହେବ

ପୁଣି ଆଲୋଚନା ପାଇଁ ପ୍ରସ୍ତାବ ଦେ‌ଲେ ସରକାର
Samaya Live Desk Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ଆଲୋଚନା ପାଇଁ ଆହ୍ୱାନ କରି କହିଛନ୍ତି ଯେ, ସେମାନେ ବାଛିଥିବା ଯେକୌଣସି ସ୍ଥାନରେ କେନ୍ଦ୍ର ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, ‘ଆପଣମାନଙ୍କୁ ଯେତେ ସମୟ ଦରକାର, ଆମେ ସେତେ ସମୟ ଦେବାକୁ ପ୍ରସ୍ତୁତ। ଆଲୋଚନା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମୁଁ ଉଭୟ ଉପସ୍ଥିତ ରହିବୁ। ଆପଣମାନେ ଯେଉଁଠାରେ ଭେଟିବାକୁ ଚାହାନ୍ତି, ସେଠାକୁ ଆମେ ଆସିବୁ ତାହା ମୋ କାର୍ଯ୍ୟାଳୟ ହେଉ କିମ୍ବା ଜେ.ପି. ନଡ୍ଡାଙ୍କ ବାସଭବନ। ଆଜି ସକାଳଠାରୁ ଆମେ ଚାରିଥର ଆପଣମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛୁ। ପୁଣିଥରେ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଆସନ୍ତୁ, ଆମ ସହ ବସନ୍ତୁ, ଯାହାଫଳରେ ଆମେ ଆଲୋଚନା କରିପାରିବୁ। ଉଲ୍ଲେଖଯୋଗ୍ୟ ଗତକାଲି ସିଜେପି ଆନ୍ଦୋଳନକାରୀମାନେ ଦାବି କରିଥିଲେ ଯେ ସେମାନେ କୌଣସି ମନ୍ତ୍ରୀଙ୍କ ବାସଭବନରେ ଆଲୋଚନା ପାଇଁ ବସିବେନି। ଆଲୋଚନା ପାଇଁ ଜାଗା ସେମାନେ ସ୍ଥିର କରିବେ ବୋଲି କହିଥିଲେ।

Tags: