ଜନଗଣନା RTI ପରିସରଭୁକ୍ତ ନୁହେଁ, ସମ୍ପୂର୍ଣ୍ଣ ଗୋପନୀୟ ରହିବ ତଥ୍ୟ

ଲିଭ୍-ଇନ୍ ଯୋଡ଼ିଙ୍କୁ ଜନଗଣନାରେ ‘ବିବାହିତ’ ଭାବରେ ଗଣନା କରାଯିବ

ଜନଗଣନା RTI ପରିସରଭୁକ୍ତ ନୁହେଁ, ସମ୍ପୂର୍ଣ୍ଣ ଗୋପନୀୟ ରହିବ ତଥ୍ୟ
Samaya Live News Picture
Published On

ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ୨୦୨୭ (Census 2027)ର ପ୍ରଥମ ପର୍ଯ୍ୟାୟ ଜନଗଣନା । ଭାରତର ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କ ସୂଚନା ଅନୁସାରେ ୨୦୨୬ ଜନଗଣନା ପାଇଁ ପ୍ରକ୍ରିୟା ଜାରି ରହିଛି । ଜନଗଣନାର ପ୍ରଥମ ପର୍ଯ୍ୟାୟ ୧ ଏପ୍ରିଲ ୨୦୨୬ ରୁ ୩୦ ସେପ୍ଟେମ୍ବର ୨୦୨୬ ମଧ୍ୟରେ କରାଯିବ । ଏହି ୬ ମାସ ମଧ୍ୟରେ ସବୁ ରାଜ୍ୟ ନିଜ ସୁବିଧା ଅନୁସାରେ କୌଣସି ବି ୩୦ ଦିନ ବାଛିବେ। ଯେଉଁ ସମୟରେ ଗଣନାକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏଥର ଜନଗଣନା ପ୍ରକ୍ରିୟାରେ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି। ଖବର ଅନୁଯାୟୀ, ଜନଗଣନା ସମୟରେ ଦିଆଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ। ଏହା RTI ଆକ୍ଟ ପରିସରଭୁକ୍ତ ହେବ ନାହିଁ। 

ଏନେଇ ସୂଚନା ଦେଲେ ଭାରତୀୟ ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣନ। ସେହିପରି ଜନଗଣନା ସମୟରେ ଦିଆଯାଇଥିବା ତଥ୍ୟ କୋର୍ଟ ପାଖରେ ମଧ୍ୟ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବନି। ଅଧିକାରୀ ମଧ୍ୟ ଏହି ତଥ୍ୟକୁ ଅନ୍ୟତ୍ର ବ୍ୟବହାର କରିବା ମନା।

ତେବେ ଏଠାରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଏବେ ଏକାଠି ରହୁଥିବା ତଥା ନିଜ ସମ୍ପର୍କକୁ ‘ସ୍ଥିର’ (Stable union) ମାନୁଥିବା ଲିଭ୍-ଇନ୍ ଯୋଡ଼ି (Live-in couples) ଙ୍କୁ ଜନଗଣନାରେ ‘ବିବାହିତ’ ଭାବରେ ଗଣନା କରାଯିବ। ଆଜି ରେଜିଷ୍ଟ୍ରାର ଜେନେରାଲ୍ ଏବଂ ସେନ୍ସସ୍ କମିଶନର୍ ମୃତ୍ୟୁଞ୍ଜୟ କୁମାର ନାରାୟଣ (Mritunjay Kumar Narayan) ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ପ୍ରକ୍ରିୟାର ସମ୍ପୂର୍ଣ୍ଣ ରୂପରେଖ ସମ୍ପର୍କରେ ସୂଚନା ଦେବେ। 

ସେହିପରି ଏଥର ପ୍ରଥମ କରି ଡିଜିଟାଲ୍ ଜନଗଣନାର ସୁବିଧା ମିଳିବ । ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ନାଗରିକମାନେ ନିଜେ ଅନଲାଇନରେ ନିଜ ପରିବାରର ତଥ୍ୟ ଦେଇପାରିବେ । ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଶ୍ନଗୁଡ଼ିକ ଚଳିତ ବର୍ଷ ଜାନୁଆରୀ ୨୨ତାରିଖରୁ ଚୂଡ଼ାନ୍ତ ହୋଇସାରିଛି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଜନଗଣନାରେ ଜାତିଭିତ୍ତିକ ଗଣନା ମଧ୍ୟ କରାଯିବ । ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଜାତି ସମ୍ପର୍କିତ ପ୍ରଶ୍ନଗୁଡ଼ିକ ଅନ୍ତର୍ଭୁକ୍ତ କରାଯିବ ।

Tags: