ପ୍ରକାଶ ପାଇଲା CBSE ଦ୍ଵାଦଶ ରେଜଲ୍ଟ
ପ୍ରକାଶ ପାଇଲା CBSE ଦ୍ଵାଦଶ ରେଜଲ୍ଟ । ମୋଟ ପାସ୍ ହାର ୮୫.୨୦ ପ୍ରତିଶତ ରେକର୍ଡ କରାଯାଇଛି। ୱେବ୍ସାଇଟ୍ cbse.gov. in, results.cbse.nic.in, ସହ umang ଓ digi locker ରେ ପରୀକ୍ଷାର୍ଥୀ ନିଜ ଫଳାଫଳ ସମ୍ପର୍କରେ ଜାଣିପାରିବେ । ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟ ଅପେକ୍ଷାରେ ଥିଲେ ।
ଥିରୁଅନନ୍ତପୁରମ୍ ଜୋନରେ ସର୍ବାଧିକ ୯୫.୬୨ ପ୍ରତିଶତ ପାସ ହାର ରେକର୍ଡ କରାଯାଇଛି । ଗତବର୍ଷ ଅପେକ୍ଷା କମିଲା ପାସ୍ ହାର । ମୋଟ ପାସ୍ ହାର ୩.୧୯ ପ୍ରତିଶତ ହ୍ରାସ ପାଇଛି । ଚଳିତ ବର୍ଷ ୧୭ଲକ୍ଷ ୬୮ ହଜାର ୯୬୮ଜଣ ଛାତ୍ରଛାତ୍ରୀ ସିବିଏସଇ ଦ୍ଵାଦଶ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୫ ଲକ୍ଷ ୭ ହଜାର ୧୦୯ଜଣ ପାସ୍ କରିଛନ୍ତି ।
ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ହାର ଅଧିକ ରହିଛି । CBSE ଦ୍ବାଦଶରେ ୮୨.୧୩% ଛାତ୍ର ଓ ୮୮.୮୬% ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଗତ ବର୍ଷ, ମୋଟ ପାସ୍ ହାର ୮୮.୩୯ ପ୍ରତିଶତ ଥିଲା, ୧୪ ୯୬, ୩୦୭ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଥିଲେ। ଏହା ୨୦୨୫ତୁଳନାରେ ମୋଟ ପାସ୍ ହାରରେ ୩.୧୯ ପ୍ରତିଶତ ହ୍ରାସ ପାଇଛି।



