ଫଳ ପଚେଇବାକୁ ବ୍ୟବହାର ହୋଇପାରିବ ନାହିଁ କ୍ୟାଲସିୟମ୍ କାର୍ବାଇଡ୍ - FSSAI
କ୍ୟାଲସିଅମ କାର୍ବାଇଡ ସମ୍ପୂର୍ଣ୍ଣ ବ୍ୟାନ ଶରୀର ପାଇଁ କ୍ଷତି କାରକ
ନୂଆଦିଲ୍ଲୀ : କେମିକାଲ ଦେଇ ଫଳ ପଚେଇବା ବନ୍ଦ। ଏଣିକି ଫଳ ପଚେଇବାକୁପାଇଁ ଆଉ ବ୍ୟବହାର ହୋଇପାରିବ ନାହିଁ କ୍ୟାଲସିୟମ୍ କାର୍ବାଇଡ୍। କେମିକାଲ ବ୍ୟବହାର କରି ଫଳ ପଚେଇବାକୁ ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ର କଡା ଆଭିମୁଖ୍ୟ । କ୍ୟାଲସିୟମ୍ କାରବାଇଡ୍ ବ୍ୟବହାର ନିଷେଧାଦେଶ ଜାରି କରିଛନ୍ତି ଏଫ୍ଏସ୍ଏସ୍ଏଆଇ । ସମସ୍ତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁଇନେଇ ନିର୍ଦେଶ ଦିଆଯାଇଛି। ମଣ୍ଡି ଗୋଦାମ , ବଜାରରେ କଡା ନଜର ରଖିବାକୁ ଏଫ୍ଏସ୍ଏସ୍ଏଆଇ କାର୍ଡ ନିର୍ଦ୍ଦେଶ। ସନ୍ଦେହ ହେଲେ ଯାଞ୍ଚ ଓ ଚଢ଼ାଉ କରିବାକୁ ନିର୍ଦ୍ଦେଶ ରହିଛି ।
ଏଫ୍ଏସ୍ଏସ୍ଏଆଇ ଖାଦ୍ୟ ସୁରକ୍ଷା କମିଶନର, ଆଞ୍ଚଳିକ ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ଲାଇସେନ୍ସିଂ ପ୍ରାଧିକରଣଙ୍କୁ ଆମ୍ବ, କଦଳୀ ଏବଂ ଅମୃତଭଣ୍ଡା ପରି ଫଳର କୃତ୍ରିମ ପାଚିବାକୁ ରୋକିବା ପାଇଁ ତୀବ୍ର ନଜର ଏବଂ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିବନ୍ଧିତ କେମିକାଲ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କ୍ୟାଲସିଅମ କାର୍ବାଇଡ ସମ୍ପୂର୍ଣ୍ଣ ବ୍ୟାନ ଶରୀର ପାଇଁ କ୍ଷତି କାରକ । ଖାଦ୍ୟ ସୁରକ୍ଷା ମାନଦଣ୍ଡର ପାଳନ ସୁନିଶ୍ଚିତ କରିବା ଏବଂ ଗ୍ରାହକମାନଙ୍କୁ ସୁରକ୍ଷା ଦେବା ପାଇଁ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।
ଏହା ବ୍ୟତୀତ, ଏଫ୍ଏସ୍ଏସ୍ଏଆଇ କହିଛି ଯେ ଏହା ନଜରକୁ ଆସିଛି ଯେ କିଛି ଖାଦ୍ୟ ବ୍ୟବସାୟ ଅପରେଟର କଦଳୀ ଏବଂ ଅନ୍ୟାନ୍ୟ ଫଳର କୃତ୍ରିମ ପାଚିବା ପାଇଁ ଇଥେଫନ୍ (Ethephon) ଦ୍ରବଣରେ ଫଳ ବୁଡ଼ାଇ ବ୍ୟବହାର କରୁଛନ୍ତି । ଏଫ୍ଏସ୍ଏସ୍ଏଆଇ ର 'ଫଳର କୃତ୍ରିମ ପାଚିବା ଉପରେ ମାର୍ଗଦର୍ଶିକା ନୋଟ୍ ଇଥାଇଲିନ୍ ଗ୍ୟାସ୍-ଏକ ନିରାପଦ ଫଳ ପାଚିବା' ଇଥାଇଲିନ୍ (ପାଉଡର କିମ୍ବା ତରଳ ରୂପରେ) ସହିତ ଫଳ କିମ୍ବା ପନିପରିବାର ସିଧାସଳଖ ବ୍ୟବହାର ଉପରେ ନିଷେଧକୁ କଡ଼ାକଡ଼ି କରିଛି ।



