ଘନ କୁହୁଡ଼ି ଯୋଗୁ ଦିଲ୍ଲୀ-ଆଗ୍ରା ଏକ୍ସପ୍ରେସୱେରେ ଏକାଧିକ ଗାଡ଼ି ଧକ୍କା : ୪ ମୃତ
ନୂଆଦିଲ୍ଲୀ : ପ୍ରଦୂଷଣ ଏବଂ ଘନ କୁହୁଡ଼ି ଲୋକଙ୍କୁ କଲବଲ କରିବାରେ ଲାଗିଛି। ଆଜି ଦ୍ବିତୀୟ ଦିନରେ ପୁଣି ଘନ କୁହୁଡ଼ି ଯୋଗୁ ଉତ୍ତରପ୍ରଦେଶର ଦିଲ୍ଲୀ-ଆଗ୍ରା ଏକ୍ସପ୍ରେସୱେରେ ଏକାଧିକ ଗାଡ଼ି ପଛକୁ ପଛ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପାଖାପାଖି ୨୫ ଜଣ ଆହତ ହୋଇଛନ୍ତି। ସୂଚନାନୁଯାୟୀ ୮ ବସ୍ ଏବଂ ୩ଟି କାର ପଛକୁ ପଛ ଧକ୍କା ହୋଇ ଜଳି ଯାଇଛି। ଯମୁନା ଏକ୍ସପ୍ରେସୱେର ଆଗ୍ରା-ନଏଡ଼ା କ୍ୟାରେଜୱେରେ ଆଜି ଏହି ଦୁର୍ଘଟଣା ହୋଇଛି ବୋଲି ଏସ୍ପି ଶ୍ଳୋକ କୁମାର କହିଛନ୍ତି। ଘନ କୁହୁଡ଼ି ଯୋଗୁ କମ୍ ଦୃଶ୍ୟମାନ ହେଉଥିବାରୁ ଗାଡ଼ି ଗୁଡ଼ିକ ପଛକୁ ପଛ ଧକ୍କା ହୋଇଥିଲା ଏବଂ କେତେକ ବସ୍ ଏବଂ କାର୍ ଏଥିରେ ଜଳି ଯାଇଛି।
Tags:




