ପ୍ରଥମ କ୍ୟାବିନେଟ ବୈଠକ‌ରେ ୬ ବଡ଼ ନିଷ୍ପତ୍ତି ନେଲେ ଶୁଭେନ୍ଦୁ

ପ୍ରଥମ କ୍ୟାବିନେଟ ବୈଠକ‌ରେ ୬ ବଡ଼ ନିଷ୍ପତ୍ତି ନେଲେ ଶୁଭେନ୍ଦୁ
Samaya Live Desk Picture
Published On

କୋଲକାତା : ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବା ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଥମ କ୍ୟାବିନେଟ୍‌ ବୈଠକ ହୋଇଛି। କ୍ୟାବିନେଟ ବୈଠକରେ ଶୁଭେନ୍ଦୁ ୬ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ଏବଂ ୪୫ ଦିନ ମଧ୍ୟରେ ବାଂଲାଦେଶ ସୀମା ବାଡ଼ ପାଇଁ ବିଏସ୍‌ଏଫକୁ ଜମି ଯୋଗାଇବା ଅନ୍ତର୍ଭୁକ୍ତ ରହିଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ଅବସରରେ ନିର୍ବାଚନ କମିସନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟରେ ହିଂସାମୁକ୍ତ ଏବଂ ସଫଳ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ଭୋଟର ଏବଂ ଭାରତୀୟ ନିର୍ବାଚନ କମିସନଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ନିର୍ବାଚନ ସମୟରେ ନିର୍ବାଚନ କମିସନଙ୍କ କାର୍ଯ୍ୟ ପ୍ରଶଂସନୀୟ। ପଶ୍ଚିମବଙ୍ଗରେ ନିଜ ଜୀବନ ଦେଇଥିବା ୩୨୧ ବିଜେପି କର୍ମୀଙ୍କୁ ଶ୍ରଦ୍ଧ‌ାଞ୍ଜଳି ଜ୍ଞାପନ କରି ଶୁଭେନ୍ଦୁ କହିଛନ୍ତି, ଆମେ ସେମାନଙ୍କୁ ନ୍ୟାୟ ଦେବୁ। ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ଜାତୀୟ ସୁରକ୍ଷା ପ୍ରସଙ୍ଗ‌ରେ ସୀମାରେ ବାଡ଼ ଦେବାପାଇଁ ବିଏସଏଫ୍‌କୁ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କାର୍ଯ୍ୟ ୪୫ ଦିନ ମଧ୍ୟରେ ‌ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପଶ୍ଚିମବଙ୍ଗରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି।  

Tags: