ନବାନ୍ନ ନୁହେଁ , ରାଇଟର୍ସ ବିଲ୍ଡିଂରୁ କାର୍ଯ୍ୟ କରିବ ବିଜେପି ସରକାର

ନବାନ୍ନ ନୁହେଁ , ରାଇଟର୍ସ ବିଲ୍ଡିଂରୁ କାର୍ଯ୍ୟ କରିବ ବିଜେପି ସରକାର
Samaya Live Desk Picture
Published On

କୋଲକାତା : ୨୦୧୩ ପୂର୍ବରୁ ଦୀର୍ଘ ବର୍ଷ ଧରି ପଶ୍ଚିମବଙ୍ଗରେ ସରକାରଙ୍କ କେନ୍ଦ୍ର ଥିଲା ରାଇଟର୍ସ ବିଲ୍ଡିଂ। ରାଇଟର୍ସ ବିଲ୍ଡିଂ ବଙ୍ଗଳା ଲୋକଙ୍କ ଭାବାବେଗ ସହିତ ଯୋଡ଼ି ହୋଇ ରହିଛି। କିନ୍ତୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିବାର ଦୁଇ ବର୍ଷ ପରେ ହାୱଡ଼ା ସ୍ଥିତ ନବାନ୍ନକୁ କ୍ଷମତା କେନ୍ଦ୍ର କରିଥିଲା। ଏବେ ତୃଣମୂଳ କଂଗ୍ରେସ କ୍ଷମତାରୁ ଯିବା ପରେ ପୁଣି ଥରେ ରାଇଟର୍ସ ବିଲ୍ଡିଂ ଚର୍ଚ୍ଚାକୁ ଆସିଛି। ରାଇଟର୍ସର ଲାଲ ରଙ୍ଗର ମୁଖଶାଳା ପୁଣି ଥରେ ସମସ୍ତଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛି। ବିବିଡିବାଗ୍‌ରେ ଥିବା ଏହି ପୁରୁଣା କୋଠାରୁ ପୁଣିଥରେ ଶାସନ କାର୍ଯ୍ୟ ଆରମ୍ଭ ହେବ।    ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବାଧୀନ ନବଗଠିତ ବିଜେପି ସରକାର ରାଇଟର୍ସ ବିଲ୍ଡିଂରୁ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଶନିବାର ତାଙ୍କ ମନ୍ତ୍ରିମଣ୍ଡଳ ଓ ଅଧିକାରୀଙ୍କ ସହ ପ୍ରଥମେ ରାଇଟର୍ସ ବିଲ୍ଡିଂ ଆସିବେ ବୋଲି ଜଣାପଡ଼ିଛି। ଶୁଭେନ୍ଦୁ ଆଜି ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। 

Tags: