ମଣିପୁର ମୁଖ୍ୟମନ୍ତ୍ରୀ ହେବେ ବିଜେପିର ୟୁମନାମ ଖେମଚାନ୍ଦ

ମଣିପୁର ମୁଖ୍ୟମନ୍ତ୍ରୀ ହେବେ ବିଜେପିର ୟୁମନାମ ଖେମଚାନ୍ଦ

ନୂଆଦିଲ୍ଲୀ:  ବରିଷ୍ଠ ବିଜେପି ନେତା ୟୁମନାମ ଖେମଚାନ୍ଦ ସିଂହ ମଣିପୁରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ମଙ୍ଗଳବାର ଦିନ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ମଣିପୁର ବିଧାନସଭା ଦଳ ବୈଠକରେ ଖେମଚାନ୍ଦଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ଏହାଦ୍ବାରା ପ୍ରାୟ ୧ ବର୍ଷ ହେବ ରାଷ୍ଟ୍ରପତି ଶାସନ ଲାଗୁ ଥିବା ମଣିପୁରରେ ନୂଆ ସରକାର ଗଠନ ପାଇଁ ବାଟ ଫିଟିଛି।  ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଫେବ୍ରୁଆରି ୯ ତା‌ରିଖରେ ଏନ୍‌ ବୀରେନ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫେବ୍ରୁଆରୀ ୧୩ ତାରିଖରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା। ମୈତେୟୀ ସମ୍ପ୍ରଦାୟର ଖେମଚାନ୍ଦ ସିଂହ ଦୁଇଥର ବିଧାୟକ ହୋଇଛନ୍ତି। ସେ ୨୦୧୭ ଏବଂ ତାପରେ ୨୦୨୨ ମସିହାରେ ସିଙ୍ଗଜାମେଇ ବିଧାନସଭା ଆସନରୁ ଲଗାତାର ଦୁଇ ଥର ନିର୍ବାଚିତ ହୋଇଥିଲେ। ମାର୍ଚ୍ଚ ୨୦୧୭ରେ ମଣିପୁର ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ସେ ଲୋକପ୍ରିୟତା ହାସଲ କରିଥିଲେ। ସେ ସମ୍ପୂର୍ଣ୍ଣ ପାଞ୍ଚ ବର୍ଷ ପାଇଁ ଏହି ପଦବିରେ ରହିଥିଲେ।

Tags: