ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବ ଶର୍ମା
ଗୌହାଟୀ : ହିମନ୍ତ ବିଶ୍ବ ଶର୍ମା ଲଗାତାର ଦ୍ବିତୀୟ ଥର ପାଇଁ ଆଜି ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ ରାଜ୍ୟରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ସରକାର ଗଠନ ହୋଇଛି। ଏଥିସହ ଏନଡିଏର ୪ ଜଣ ତଥା ରାମେଶ୍ବର ତେଲି, ଅଜନ୍ତା ନିଓଜ, ଏଜିପି ସଭାପତି ଅନୁଲ ବୋରା ଏବଂ ବିପିଏଫ୍ (ବୋଡ଼ଲାଣ୍ଡ ପିପୁଲ୍ସ ଫ୍ରଣ୍ଟ୍) ନେତା ଚରଣ ବୋର ଆଜି ହିମନ୍ତଙ୍କ ସହ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶର୍ମା ଏବଂ ଅନ୍ୟ ୪ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗୌହାଟୀ ଖଣପଡ଼ାର ଭେଟେରିନାରି ଗ୍ରାଉଣ୍ଡ୍ରେ ଆଜି ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ୨୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ବିଜେପି ଜାତୀୟ ସଭାପତି ନୀତିନ ନବୀନ, କିଛି ରାଷ୍ଟ୍ରର ଆମ୍ବାସାଡର, ଶିଳ୍ପପତି ଏବଂ ଧାର୍ମିକ ନେତା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
”




