ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଜାରି କଲା ବିଜେପି

ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଜାରି କଲା ବିଜେପି
Samaya Live Desk Picture
Published On

ନୂଆଦିଲ୍ଲୀ:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଜାରି କରିଛି। ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ବିଜେପି ୧୧୧ ଜଣଙ୍କ ନାଁ ‌ଘୋଷଣା କରିଛି। ଏଥିରେ ପ୍ରମୁଖ ନେତାଙ୍କଠାରୁ ଆରମ୍ଭ କରି ସଦ୍ୟ ଚେହେରା ମଧ୍ୟ ଅଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଆଇପିଏସ ଅଫିସର ରାଜେଶ କୁମାର ଅଛନ୍ତି ଯିଏ କି ଜଗତଦଲରୁ ଲଢ଼ିବେ। କୌସ୍ତଭ ବାଗ୍‌ଚୀ ବାରାକପୁରରୁ ନିର୍ବାଚନ ଲଢ଼ିବେ। ଅଭିନେତ୍ରୀରୁ ରାଜନେତା‌ ହୋଇଥିବା ରୁପା ଗାଙ୍ଗୁଲିଙ୍କୁ ସୋନାରପୁର ଦକ୍ଷିଣରୁ ପ୍ରାର୍ଥୀ କରାଯାଇଛି। ପୂର୍ବତନ ଟିଏମ୍‌ସି ନେତା ତାପସ ରାୟ ମାଣିକତାଲାରୁ ଲଢ଼ିବେ। ଅଭିନେତ୍ରୀ ପାପିୟା ଅଧିକାରୀଙ୍କୁ ଟୋଲିଗଞ୍ଜରୁ ଟିକେଟ ମିଳିଛି। ପ୍ରିୟଙ୍କା ତିବେରୱାଲଙ୍କୁ ଏଣ୍ଟାଲିରୁ ପ୍ରାର୍ଥୀ କରାଯାଇଛି ଏବଂ ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ଦିବେନ୍ଦୁ ଅଧିକାରଙ୍କୁ ଏଗ୍ରାରୁ ପ୍ରାର୍ଥୀ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ନୀଶୀଥ ପ୍ରାମାଣିକଙ୍କୁ ମାଥାଭାଙ୍ଗାରୁ ପ୍ରାର୍ଥୀ କରାଯାଇଥିବେଳେ ଶଙ୍କର ଅଧିକାରୀଙ୍କୁ ଚୋପଡ଼ାରୁ ପ୍ରାର୍ଥୀ କରାଯାଇଛି। ସେହିପରି ସନ୍ଦେଶଖାଲି ମାମଲା ସମୟରେ ଚର୍ଚ୍ଚାକୁ ଆସିଥିବା ରେଖା ପାତ୍ର ହିଙ୍ଗଲଗଞ୍ଜରୁ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ସାଂସଦ ଅର୍ଜୁନ ସିଂହ ନୋଆପଡ଼ାରୁ ନିର୍ବାଚନ ଲଢ଼ିବେ ଏବଂ ରିତେଶ ତିୱାରୀଙ୍କୁ କାଶୀପୁର ବେଲଗଛିଆରୁ ପ୍ରାର୍ଥୀ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ବିଜେପି ଏହାର ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଜାରି କରି ୧୪୪ ଜଣଙ୍କ ନାଁ ଘୋଷଣା କରିଥିଲା।

 

Tags: