ବାଙ୍କୀପୁରରେ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କଲା ବିଜେପି

ବାଙ୍କୀପୁରରେ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କଲା ବିଜେପି
Samaya Live Desk Picture
Published On
ପାଟନା: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ମଙ୍ଗଳବାର ଦିନ ବିଜେୱାଇଏମ୍‌ ( ଭାରତୀୟ ଜନତା ଯୁବ ମୋର୍ଚ୍ଚା) ଉପସଭାପତି ଅଭିଷେକ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଜନ ସୁରାଜ ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ମଧ୍ୟ ନିର୍ବାଚନ ମଇଦାନ‌ରେ ଅଛନ୍ତି। ଏଥିସହ ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଏକ ହାଇ ପ୍ରୋଫାଇଲ ଲଢ଼େଇ‌ରେ ପରିଣତ ହୋଇଛି। ଜୁଲାଇ ୩୦ ତାରିଖରେ ବାଙ୍କୀପୁରରେ ଉପନିର୍ବାଚନ ହେବ ଏବଂ ଅଗଷ୍ଟ ୩ ତାରିଖରେ ଭୋଟ୍‌ ଗଣତି ହେବ। ନିତିନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବାଙ୍କୀପୁର‌ରେ ଉପନିର୍ବାଚନ ଆବଶ୍ୟକ ପଡ଼ିଛି। ଏକ ପ୍ରେସ୍‌ ରିଲିଜ୍‌ରେ ବିଜେପି ଜାତୀୟ ସାଧାରଣ ସମ୍ପାଦକ ଏବଂ ମୁଖ୍ୟାଳୟ ମୁଖ୍ୟ ଅରୁଣ ସିଂହ ଅଭିଷେକ କୁମାରଙ୍କ ପ୍ରାର୍ଥିତ୍ବ ଘୋଷଣା କରିଛନ୍ତି। ଅଭିଷେକ ବିଜେପି ମୁଖ୍ୟ ନିତିନ ନବୀନଙ୍କର ଅତି ଘନିଷ୍ଠ ବୋଲି ବିବେଚନା କରାଯାଉଛି। ଇତିମଧ୍ୟରେ ତୃଣମୂଳ କଂଗ୍ରେସ ସାଂସଦ ତଥା ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ପ୍ରଶାନ୍ତ କିଶୋରଙ୍କୁ ଏକ୍ସରେ ସମର୍ଥନ ଜଣାଇଛନ୍ତି।
Tags: