ପଶ୍ଚିମବଙ୍ଗରେ ମ୍ୟାଜିକ ନମ୍ବର ଟପିଲା ବିଜେପି
ଦିଦିଙ୍କ ଗଡରେ ଫୁଟିବ କି ପଦ୍ମ
କୋଲକାତା : ପଶ୍ଚିମବଙ୍ଗ ସମେତ ୫ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟ୍ ଗଣତି ଜାରି ରହିଛି । ଏହାସହ ପ୍ରାରମ୍ଭିକ ଟ୍ରେଣ୍ଡ୍ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ କଡା ଟକ୍କର ମଧ୍ୟରେ ବିଜେପି ଟପିଛି ମ୍ୟାଜିକ ନମ୍ବର । ତେବେ ଏଥର ଦିଦିଙ୍କ ଗଡ଼ରେ ପଦ୍ମ ଫୁଟିବ ବୋଲି ଆକଳନ କରାଯାଉଛି ।
ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ଟି ଆସନ ପାଇଁ ନିର୍ବାଚନ ଫଳାଫଳ ବର୍ତ୍ତମାନ ଘୋଷଣା କରାଯାଉଛି। ପ୍ରାରମ୍ଭିକ ଅବସ୍ଥାରେ ପଶ୍ଚିମବଙ୍ଗରେ ବିଜେପି ୬୬ଟି ସିଟରେ ଆଗୁଆ ଥିବା ବେଳେ ଟିଏମସି ୬୩ଟି ସିଟରେ ଆଗୁଆ ରହିଛି । ସେହିପରି ଅନ୍ୟମାନେ ଏଯାଏଁ ଖାତା ଖୋଲିପାରି ନାହାଁନ୍ତି । ପରବର୍ତ୍ତୀ ସ୍ତର ଫଳାଫଳ ଘୋଷଣା ଅନୁସାରେ, ବିଜେପି ୧୬୮ ଆସନ ହାସଲ କରିଥିବା ବେଳେ ଟିଏମସି ୧୧୩ ଓ ଅନ୍ୟାନ୍ୟ ୦୭ ରହିଛି। ଶାସକ ଟିଏମସିକୁ ପଛରେ ପକାଇ ୧୫୦ରୁ ଅଧିକ ସିଟରେ ଆଗୁଆ ଅଛି ବିଜେପି।
ପଶ୍ଚିମବଙ୍ଗରେ, ଏଥର ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସ୍ୱାଧୀନତା ପରଠାରୁ ସର୍ବାଧିକ ଭୋଟର ମତଦାନ ହୋଇଛି, ଏପ୍ରିଲ ୨୩ ଏବଂ ଏପ୍ରିଲ ୨୯ରେ ଅନୁଷ୍ଠିତ ଉଭୟ ପର୍ଯ୍ୟାୟରେ ହାରାହାରି ମତଦାନ ପ୍ରତିଶତ ପ୍ରାୟ ୯୩ ପ୍ରତିଶତ ରହିଛି ।



