୩ ରାଜ୍ୟ ପାଇଁ ବିଜେପିର ପ୍ରଭାରୀ ସହ ପ୍ରଭାରୀ ନିଯୁକ୍ତ

୩ ରାଜ୍ୟ ପାଇଁ ବିଜେପିର ପ୍ରଭାରୀ ସହ ପ୍ରଭାରୀ ନିଯୁକ୍ତ
Samaya Live News Picture
Published On

ନୂଆଦିଲ୍ଲୀ : ୩ପ୍ରମୁଖ ରାଜ୍ୟ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କଲା ଭାରତୀୟ ଜନତା ପାର୍ଟି । ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ଗୁଜରାଟ ପାଇଁ ନୂତନ ରାଜ୍ୟ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛନ୍ତି । 

ଉତ୍ତର ପ୍ରଦେଶ: ବିନୋଦ ତାୱଡେଙ୍କୁ ରାଜ୍ୟ ପ୍ରଭାରୀ ନିଯୁକ୍ତ କରାଯାଇଛି, ଜଗଦୀଶ ଈଶ୍ୱରଭାଇ ପଟେଲଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ପଞ୍ଜାବ ପାଇଁ  ସତୀଶ ପୁନିଆଙ୍କୁ ରାଜ୍ୟ ପ୍ରଭାରୀ ନିଯୁକ୍ତ କରାଯାଇଛି ଏବଂ ଗୁଜରାଟ ପାଇଁ ତରୁଣ ଚୁଗ୍ ଙ୍କୁ ରାଜ୍ୟ ପ୍ରଭାରୀ ନିଯୁକ୍ତ କରାଯାଇଛି।

ସେପଟେ, ସୋମବାର ବିଜେପି ସଭାପତି ଦଳର ନୂତନ ଜାତୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଥିଲେ । ନୂଆ ତାଲିକାରେ ୨ଜଣ ଓଡ଼ିଆଙ୍କୁ ସ୍ଥାନ ମିଳିଥିବାବେଳେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ବାଦ ଦିଆଯାଇଥିବା ଦେଖିବାକୁ ମିଳିଛି ଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନୂଆ ଟିମ୍ ରେ ମୋଟ ୧୩ ଜଣଙ୍କୁ ଜାତୀୟ ଉପସଭାପତି କରାଯାଇଛି । ତାଲିକାରେ ବସୁନ୍ଧରା ରାଜେ ସିନ୍ଧିଆ, ତୀରଥ ସିଂ ରାୱତ, ରାମ ମାଧବ, ଡି. ପୁରନ୍ଦେଶ୍ୱରୀ, ରେଖା ବର୍ମା, ବର୍ଷାବେନ ନରେନ୍ଦ୍ରଭାଇ ଦୋଶୀ ଅଛନ୍ତି । ସେହିପରି ଡକ୍ଟର ଭାରତୀ ପ୍ରବୀଣ ପାୱାର, ମନପ୍ରୀତ ସିଂ ବାଦଲ, ଲାଲ ସିଂ ଆର୍ଯ୍ୟ, ପ୍ରଫେସର ଏମ୍. ନାଗରାଜା, ପ୍ରଫେସର ତାରିକ ମନସୁର ଓ ଡା. ମଧୁଚନ୍ଦ୍ର କରଙ୍କ ସମେତ ବରିଷ୍ଠ ନେତା ରହିଛନ୍ତି । ନୀତିନ ନବୀନଙ୍କ ନୂଆ ଟିମରେ ଓଡ଼ିଶାର ବରିଷ୍ଠ ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ପ୍ରଦାନ କରାଯାଇ ଥିବାବେଳେ ପୁରୀ ସାଂସଦ ଡ.ସମ୍ବିତ ପାତ୍ରଙ୍କୁ ଉତ୍ତର ପୂର୍ବ ଭାରତର ସଂଯୋଜକ ଦାୟିତ୍ବ ମିଳିଛି ।

Tags: