ନୀତୀନ ନବୀନ ବିଜେପିର ଜାତୀୟ କାର୍ଯ୍ୟକାରୀ ସଭାପତି

ନୀତୀନ ନବୀନ ବିଜେପିର ଜାତୀୟ କାର୍ଯ୍ୟକାରୀ ସଭାପତି
Samaya Live Desk Picture
Published On

ନୂଆଦିଲ୍ଲୀ:  ବିଜେପି ସଂସଦୀୟ ବୋର୍ଡ ରବିବାର ବିହାର କ୍ୟାବିନେଟ୍ ମନ୍ତ୍ରୀ ନୀତୀନ ନବୀନଙ୍କୁ ଦଳର ଜାତୀୟ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛି। ଏକ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ନିଷ୍ପତ୍ତିକ୍ରମେ ଏହି ନିଯୁକ୍ତି ତତ୍କାଳ ‌ଲାଗୁ ହୋଇଛି। ଆଗାମୀ ନିର୍ବାଚନୀ ଚ୍ୟାଲେଂଜ ଗୁଡ଼ିକର ମୁକାବିଲା ପାଇଁ ଦଳର ପ୍ରସ୍ତୁତିରେ ଏହି ନିଯୁକ୍ତି ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ଦଳ ପକ୍ଷରୁ ଏ ସଂକ୍ରାନ୍ତରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ସଂଗଠନରେ ନୂଆ ଶକ୍ତି ଭରିବାର ରଣନୈତିକ ପଦକ୍ଷେପ ଭାବେ ଏହି ନିଯୁକ୍ତି ଦିଆଯାଇଛି। ନୀତୀନ ନବୀନ ବର୍ତ୍ତମାନ ବିହାର ସରକାରରେ ରାସ୍ତା ନିର୍ମାଣ ଓ ସହରାଞ୍ଚଳ ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳୁଛନ୍ତି। ଏବେ ସେ ରାଜ୍ୟ କ୍ୟାବିନେଟ୍‌ରେ ନିଜ ଦାୟିତ୍ବ ଜାରି ରଖି ଦଳର ଜାତୀୟ ଦାୟିତ୍ବ ମଧ୍ୟ ତୁଲାଇବେ । ପାଟନାର ବାଙ୍କୀପୁର ନିର୍ବାଚନମଣ୍ଡଳୀରୁ ପାଞ୍ଚଥର ବିଧାୟକ ନିର୍ବାଚିତ ହୋଇଥିବା ୪୫ ବର୍ଷୀୟ ନୀତୀନ ପ୍ରଭାବଶାଳୀ କାୟସ୍ଥ ସମ୍ପ୍ରଦାୟର। ସେ ହେଉଛନ୍ତି ବରିଷ୍ଠ ବିଜେପି ନେତା ନବୀନ କିଶୋର ସିଂହଙ୍କ ପୁଅ ଏବଂ ୨୦୦୬ରେ ଉପନିର୍ବାଚନ ଜିତି ରାଜନୀତିରେ ପ୍ରବେଶ କରିଥିଲେ । ଏହା ପରଠାରୁ ସେ ବିଧାନସଭା ନିର୍ବାଚନରେ କ୍ରମାଗତ ବିଜୟ ହାସଲ କରିଛନ୍ତି।  

Tags: