ପ‌ୁଣେ ମେୟର ହେଲେ ମଞ୍ଜୁଷା ନାଗପୁରେ

ପ‌ୁଣେ ମେୟର ହେଲେ ମଞ୍ଜୁଷା ନାଗପୁରେ
Samaya Live Desk Picture
Published On

ପୁଣେ:  ବିଜେପି କର୍ପୋରେଟର ମଞ୍ଜୁଷା ନାଗପୁରେ ପୁଣେ ମେୟର ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏନ୍‌ସିପି କର୍ପୋରେଟର ଶୀତଲ ସାୱନ୍ତ ଓ କଂଗ୍ରେସ କର୍ପୋରେଟର ଅଶ୍ବିନୀ ଲନ୍ଦଗେ ପ୍ରତିଦ୍ବନ୍ଦ୍ବିତାରୁ ଓହରିଯିବା ପରେ ମଞ୍ଜୁଷା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ୪ ବର୍ଷ ପରେ ପୁଣେକୁ ମେୟର ମିଳିଲା। ପୂର୍ବ କାର୍ଯ୍ୟକାଳ ୨୦୨୨ରେ ଶେଷ ହୋଇଥିବାରୁ ଏବଂ ନ୍ୟାୟିକ ପ୍ରକ୍ରିୟା ଜାରି ରହିଥିବାରୁ ପିଏମ୍‌ସି (ପୁଣେ ମୁନିସିପାଲ କର୍ପୋରେସନ୍‌)ରେ ୨୦୨୨ରୁ ମେୟର ନାହାନ୍ତି। ମଞ୍ଜୁଷା ନାଗପୁରେ ପୁଣେ ମେୟର ଭାବେ ନିର୍ବାଚିତ ହୋଇଥିବା ନେଇ ଜିଲ୍ଲାପାଳ ଜିତେନ୍ଦ୍ର ଡୁଡି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜେନେରାଲ‌ ଶ୍ରେଣୀର ଜଣେ ମହିଳା କର୍ପୋରେଟରଙ୍କ ପାଇଁ ମେୟର ପଦ ସଂରକ୍ଷିତ ରହିଥିଲା। ୪୬ ବର୍ଷୀୟା ନାଗପୁରେ ତୃତୀୟ ଥର କର୍ପୋରେଟର ହୋଇଛନ୍ତି। ତାଙ୍କ ପରିବାର ସଦସ୍ୟ ଆର୍‌ଏସ୍‌ଏସ୍‌କୁ ଦୃଢ଼ ସମର୍ଥନ କରନ୍ତି।

 

Tags: