ନିଖୋଜ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟାଙ୍କ ମୃତଦେହ ମିଳିଲା

ନିଖୋଜ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟାଙ୍କ ମୃତଦେହ ମିଳିଲା

ୱାସିଂଟନ: ଆମେରିକାର କାଲିଫର୍ନିଆରେ ଜଣେ ୨୨ ବର୍ଷୀୟ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟା ଛଅ ଦିନ ଧରି ନିଖୋଜ ଥିଲେ। ତାଙ୍କ ପରିବାର ତାଙ୍କୁ ଖୋଜିବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ। ଛଅ ଦିନର ଖୋଜାଖୋଜି ପରେ ସାକେତଙ୍କ ମୃତଦେହ ମିଳିଛି। ସାନ ଫ୍ରାନ୍ସିସ୍କୋର ଭାରତୀୟ କନସୁଲେଟ୍ ପକ୍ଷରୁ ଏହା ନିଶ୍ଚିତ କରାଯାଇଛି। କନସୁଲେଟ୍ ପକ୍ଷରୁ ସାକେତଙ୍କ ପରିବାର ବର୍ଗଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ମୃତଦେହକୁ ଭାରତ ଫେରାଇ ଆଣିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର ଓମ୍‌ ବିର୍ଲାଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ କଂଗ୍ରେସ ମହିଳା ସାଂସଦ

ସାକେତଙ୍କୁ ଶେଷ ଥର ପାଇଁ ଫେବ୍ରୁଆରି ୯ ତାରିଖରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ପ୍ରାୟ ଏକ କିଲୋମିଟର ଦୂରରେ ଦେଖାଯାଇଥିଲା। ସେବେଠାରୁ ସେ ନିଖୋଜ ଥିଲେ। ତାଙ୍କ ନିଖୋଜ ହେବା ପରେ ବଡ଼ଧରଣର ସନ୍ଧାନ ଅଭିଯାନ ଆରମ୍ଭ ହୋଇଥିଲା। ସାକେତଙ୍କ ବ୍ୟାଗ, ଯେଉଁଥିରେ ତାଙ୍କର ପାସପୋର୍ଟ ଓ ଲାପଟପ୍ ଥିଲା, ପରେ ଏକ ପାର୍କ ନିକଟରେ ଥିବା ଘରୁ ମିଳିଥିଲା।

ସମ୍ବନ୍ଧିତ ଖବର ବଦଳିଲା PMO ଠିକଣା,‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

Tags: