ପଶ୍ଚିମବଙ୍ଗ ଏସଆଇଆର , ବାଦ୍‌ ପଡ଼ିଲେ ୫୮ ଲକ୍ଷ ଭୋଟର

ପଶ୍ଚିମବଙ୍ଗ ଏସଆଇଆର , ବାଦ୍‌ ପଡ଼ିଲେ ୫୮ ଲକ୍ଷ ଭୋଟର
Samaya Live Desk Picture
Published On

କୋଲକାତା : ପଶ୍ଚିମବଙ୍ଗରେ ବିବାଦୀୟ ଏସ୍‌ଆଇଆର (ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟା ଶେଷ ହେବାପରେ ନିର୍ବାଚନ କମିସନ୍‌ ଆଜି ପଶ୍ଚିମବଙ୍ଗ ପାଇଁ ଚିଠା ତାଲିକା ଜାରି କରିଛନ୍ତି। କମିସନ୍‌ ଜାରି କରିଥିବା ଚିଠା ତାଲିକାରୁ ୫୮ ଲକ୍ଷରୁ ଅଧିକ ଭୋଟରଙ୍କ ନାଁ ଭୋଟର ତାଲିକାରୁ ବାଦ୍‌ ପଡ଼ିବାପାଇଁ ଚିହ୍ନଟ କରାଯାଇଛି।  ୫୮,୨୦,୮୯୮ ଭୋଟରଙ୍କ ନାଁ ତାଲିକାରୁ କଟାଯିବାପାଇଁ ଚିହ୍ନଟ କରାଯାଇଥିବାବେଳେ ଏମାନଙ୍କ ମଧ୍ୟରୁ ୨୪,୧୬,୮୫୨ ଭୋଟରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ୧୯,୮୮,୦୭୬ ଭୋଟର ସ୍ଥା‌ୟୀ ଭାବେ ସ୍ଥାନାନ୍ତର ହୋଇଛନ୍ତି।  ସେହିପରି ୧୨, ୨୦,୦୩୮ ଭୋଟର ନିଖୋଜ ଥିବା ଜଣାପଡ଼ିଛି।  ୧,୩୮,୩୨୮ ଭୋଟର ନକଲି ଥିବା ଜଣାପଡ଼ିଛି। 

 

Tags: