ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାରେ ବାଂଲାଦେଶୀ ଲିଙ୍କ , ୩ଅଟକ

ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାରେ ବାଂଲାଦେଶୀ ଲିଙ୍କ , ୩ଅଟକ
Samaya Live News Picture
Published On

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଉଗ୍ର ରୂପ ନେଇଛି । ଗତକାଲି ବିଳମ୍ବିତ ରାତିରେ ନବ ନିର୍ବାଚିତ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସଚିବ ଚନ୍ଦ୍ରନାଥ ରଥଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ଚନ୍ଦ୍ରନାଥ କାମସାରି ଘରକୁ ଫେରୁଥିବାବେଳେ , ଦୁର୍ବୁତ୍ତ ମାନେ ଏକ ବିନା ନମ୍ବରପ୍ଲେଟ କାର ରେ ଆସି ତାଙ୍କୁ ଗୁଳି କରି ଖସି ଯାଇଥିଲେ । ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଏମାନଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ଥିବା ସୂଚନା ମିଳିଛି । ମଧ୍ୟ ଗ୍ରାମରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଅପରାଧୀ ମାନଙ୍କୁ ଅଟକ ରଖାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଚାରି ଚକିଆ ଗାଡ଼ିକୁ ପୋଲିସ ଜବତ କରିଛି । ତେବେ ଗାଡ଼ିରେ ଲାଗିଥିବା ନମ୍ବର ପ୍ଲେଟ୍‌ଟି ଜାଲ୍ ଏବଂ ଏଥିରେ ପରିବର୍ତ୍ତନ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ଗୁଳିକାଣ୍ଡ ପରେ ଅନ୍ୟମାନେ ବାଂଲାଦେଶ ଖସି ଯାଇଥିବା ବେଳେପୋଲିସ ଚଢ଼ାଉ ଜାରି ରହିଛି । ଚନ୍ଦ୍ରନାଥ ୧୦/୧୨ବର୍ଷ ଧରି ଶୁଭେନ୍ଦୁ ଅଧିକାରୀଙ୍କ ସହ କାମ କରିଆସୁଥିଲେ । ଏହି ଘଟଣାପରେ ମଧ୍ୟ ଗ୍ରାମ ଥାନାରେ ସିଆଇଡି ଡ଼ିଆଇଜି ପହଞ୍ଚି ଛାନଭିନ ଜାରି ରଖିଛନ୍ତି ।

 

Tags: