ବାଂଲାଦେଶରେ ୨ଟି ଖବରକାଗଜ କାର୍ଯ୍ୟାଳୟ ଜାଳି ଦେଲେ ଉତ୍ୟକ୍ତ ଜନତା

ବାଂଲାଦେଶରେ ୨ଟି ଖବରକାଗଜ କାର୍ଯ୍ୟାଳୟ  ଜାଳି ଦେଲେ ଉତ୍ୟକ୍ତ ଜନତା
Samaya Live Desk Picture
Published On

ଢାକା : ଜ‌ଣେ ପ୍ରମୁଖ ଛାତ୍ର ନେତାଙ୍କ ମୃତ୍ୟୁ ପରେ ବାଂଲାଦେଶରେ ପୁଣି ହିଂସା ଉପୁଜିଛି।   ଉତ୍ତ୍ୟକ୍ତ ଜନତା ଦେଶର କିଛି ପ୍ରଭାବଶାଳୀ ଗଣମାଧ୍ୟମ ସଂସ୍ଥାକୁ ଟାର୍ଗେଟ କରିଛନ୍ତି ଏବଂ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏବଂ ଶୁକ୍ରବାର ପ୍ରତ୍ୟୁଷରେ, ପ୍ରଦର୍ଶନକାରୀମାନେ ୨ଟି ଗଣମାଧ୍ୟମ ଅଫିସ୍‌ ଉପରେ ଆକ୍ରମଣ କରିଥିଲେ  ଏବଂ କୋଠାଗୁଡ଼ିକରେ ନିଆଁ ଲଗାଇ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଉତ୍ୟକ୍ତ ଜନତା ମଧ୍ୟ ଏଜ୍‌ର ସମ୍ପାଦକ ଏବଂ ବାଂଲାଦେଶର ଗଣମାଧ୍ୟମ କ୍ଷେତ୍ରରେ ଜଣେ ପ୍ରମୁଖ ସ୍ୱର ଥିବା ପ୍ରବୀଣ ସାମ୍ବାଦିକ ନୁରୁଲ କବୀରଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା। ଅଗଷ୍ଟ ୨୦୨୪ରେ ଶେଖ୍ ହାସିନା ଶାସନର ପତନ ଘଟାଇଥିବା 'ଜୁଲାଇ ବିଦ୍ରୋହ'ର ଜଣେ ପ୍ରମୁଖ ଚେହେରା ଏବଂ ସକ୍ରିୟ ସଂଗଠନ ଇନକିଲାବ ମଞ୍ଚାର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ମୃତ୍ୟୁ ନିଶ୍ଚିତ ହେବା ପରେ ଏହି ଆକ୍ରମଣ ହୋଇଥିଲା, ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । କିଛି ସମୟ ପରେ ଦି ଡେଲି ଷ୍ଟାର ଉପରେ ସମାନ ଆକ୍ରମଣ ହୋଇଥିଲା । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇନକିଲାବ ମଞ୍ଚାର ମୁଖପାତ୍ର ସରିଫ ଓସମାନ ବିନ୍ ହାଦିଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଖବରକାଗଜ କାର୍ଯ୍ୟାଳୟ ବାହାରେ ଲୋକ  ଏକତ୍ରିତ ହୋଇ ସମନ୍ୱିତ ଆକ୍ରମଣ ଆରମ୍ଭ କରିଥିଲେ।

Tags: