ନେପାଳରେ ନୂଆ ପ୍ରଧାନମନ୍ତ୍ରୀ ହେଲେ ବାଲେନ ଶାହ

ନେପାଳରେ ନୂଆ ପ୍ରଧାନମନ୍ତ୍ରୀ ହେଲେ ବାଲେନ ଶାହ
Samaya Live News Picture
Published On

ନୂଆଦିଲ୍ଲୀ : ନେପାଳ ଇତିହାସରେ ସୃଷ୍ଟି ହେବ ନୂଆ ଅଧ୍ୟାୟ । ମାତ୍ର ୩୫ ବର୍ଷ ବୟସରେ ଦେଶ ସମ୍ଭାଳିବାକୁ ଯାଉଛନ୍ତି ଜଣେ ଯୁବ ପ୍ରଧାନମନ୍ତ୍ରୀ ବାଲେନ୍ ଶାହ। ସେ ପେସାରେ ଜଣେ ରାପର ସାଙ୍ଗକୁ ଜଣେ ଇଞ୍ଜିନିୟର ମଧ୍ୟ । ନେପାଳର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ଭାବରେ ସେ ଆଜି ଶପଥ ଗ୍ରହଣ କରିଛନ୍ତି । ଏହି ଶୀର୍ଷ ପଦବୀରେ ଅଧିଷ୍ଠିତ ହେବାରେ ମଦେଶ ଅଞ୍ଚଳର ବାଲେନ୍ ଶାହ ପ୍ରଥମ ନେତା ପାଲଟିଛନ୍ତି। ରାଷ୍ଟ୍ରପତି ଭବନ ‘ଶୀତଲ ନିବାସ’ଠାରେ ଅପରାହ୍ନ ୧୨:୩୪ ମିନିଟରେ ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଉତ୍ସବରେ ହିନ୍ଦୁ ଓ ବୌଦ୍ଧ ପରମ୍ପରାର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା। ସାତ ଜଣ ବ୍ରାହ୍ମଣଙ୍କ ଶଙ୍ଖ ଧ୍ୱନି, ୧୦୮ ଜଣ ଯୁବ ବ୍ରାହ୍ମଣଙ୍କ ସ୍ୱସ୍ତି ପାଠ ଏବଂ ୧୦୭ ଜଣ ଲାମାଙ୍କ ବୌଦ୍ଧ ମନ୍ତ୍ରଚାରଣ ମଧ୍ୟରେ ଏହି ଐତିହାସିକ ସମାରୋହ ସମ୍ପନ୍ନ ହୋଇଥିଲା। ମାର୍ଚ୍ଚ ୫ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବାଲେନ୍ ଶାହଙ୍କ ଦଳ ‘ଆରଏସପି’ (RSP) ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି । ୨୭୫ ଆସନ ବିଶିଷ୍ଟ ପ୍ରତିନିଧି ସଭାରେ ଦଳକୁ ୧୮୨ଟି ଆସନ ମିଳିଛି । ବାଲେନ୍ ନିଜେ ଚାରିଥରର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ପରାସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।
 

Tags: