ବଙ୍ଗାଳ ବିଜେପିକୁ ଝଟକା: ବାବୁଲ ସୁପ୍ରିୟୋ କହିଲେ ପାଞ୍ଚ ବିଧାୟକ ଛାଡ଼ି ଟିଏମସିରେ ମିଶିବେ
କୋଲକାତା: ଡିସେମ୍ବର ୨୭: ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିର ନେତା ବାବୁଲ ସୁପ୍ରିୟୋ ବିଜେପିକୁ କଟାକ୍ଷ କରିଛନ୍ତି । ଏଥିସହିତ ବିଜେପିର ଆଉ ୫ ବିଧାୟକ ଖୁବଶୀଘ୍ର ଦଳ ଛାଡ଼ି ଟିଏମସିରେ ମିଶିବେ ପ୍ରକାଶ କରିଛନ୍ତି । ଏନେଇ ସେ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି । ୩ ମାସ ତଳେ ବାବୁଲ ବିଜେପି ଛାଡ଼ି ଟିଏମସିରେ ମିଶିଥିଲେ । ସେ କହିଛନ୍ତି, ବିଜେପିରେ ଏବେ ଗୋଟିଏ ପରେ ଗୋଟିଏ ୱିକେଟ ଝଡ଼ିବାରେ ଲାଗିଛି । ରବିବାର ଆଉ […]
କୋଲକାତା: ଡିସେମ୍ବର ୨୭: ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିର ନେତା ବାବୁଲ ସୁପ୍ରିୟୋ ବିଜେପିକୁ କଟାକ୍ଷ କରିଛନ୍ତି । ଏଥିସହିତ ବିଜେପିର ଆଉ ୫ ବିଧାୟକ ଖୁବଶୀଘ୍ର ଦଳ ଛାଡ଼ି ଟିଏମସିରେ ମିଶିବେ ପ୍ରକାଶ କରିଛନ୍ତି । ଏନେଇ ସେ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି । ୩ ମାସ ତଳେ ବାବୁଲ ବିଜେପି ଛାଡ଼ି ଟିଏମସିରେ ମିଶିଥିଲେ ।
ସେ କହିଛନ୍ତି, ବିଜେପିରେ ଏବେ ଗୋଟିଏ ପରେ ଗୋଟିଏ ୱିକେଟ ଝଡ଼ିବାରେ ଲାଗିଛି । ରବିବାର ଆଉ ୫ ଜଣ ଚାଲିଗଲେ । ଶିବ ବାବୁ(ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଶିବ ପ୍ରକାଶ) ବର୍ତ୍ତମାନ କୈଳାସ ପର୍ବତକୁ ଚାଲିଯିବା ଦରକାର । ଆପଣ ଯଦି ବେଙ୍ଗଲୀ କଙ୍କଡ଼ା ଚାହୁଁଛନ୍ତି, ଯିଏ ଆପଣଙ୍କୁ ପଛରୁ ଟାଣି ଧରିବ, ତା’ହେଲେ ମୁରଲୀଧର ଗଳି(ବିଜେପି ରାଜ୍ୟ ମୁଖ୍ୟାଳୟ)କୁ ଚାଲି ଯାଆ;ୁ । ବାବୁଲ ବିଜେପିକୁ କଟାକ୍ଷ କରି ଏହିସବୁ ବଙ୍ଗଳା ଭାଷାରେ ଟୁଇଟ୍ କରି ଲେଖିଛନ୍ତି ।
'নিজগুনে' পরের পর উইকেট পড়ছে বিজেপির | ''আজ আরও পাঁচটি গেলো মনে হচ্ছে | শিববাবু শুনলাম সব শুনে কৈলাশে গেছেন | আসল বাঙালি কাঁকড়াদের খুঁজিয়া পাইবার একমাত্র নির্ভরযোগ্য প্রতিষ্টান – মুরলীধর লেন |
— Babul Supriyo (@SuPriyoBabul) December 25, 2021
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ୫ ଜଣ ବିଧାୟକ ପଶ୍ଚିମବଙ୍ଗର ଅନୁସୂଚିତ ଜାତି ମତୁଆ ସଂପ୍ରଦାୟର । ସେମାନଙ୍କ ସଂଖ୍ୟା ରାଜ୍ୟରେ ବେଶ ଅଧିକ । ତେଣୁ ସେମାନେ ଟିଏମସିରେ ମିଶିଲେ, ଦଳକୁ ଆହୁରି ଫାଇଦା ମିଳିବ ବୋଲି ଆଶା କରାଯାଉଛି ।
ଶନିବାର ବିଜେପି ଦଳର ୫ ବିଧାୟକ ମୁକୁତମୋନି ଅଧିକାରୀ, ସୁବ୍ରତ ଠାକୁର, ଅମ୍ବିକା ରୟ, ଅଶୋକ କୀରତାନି ଓ ଅସିମ ସରକାର ବହିଷ୍କାର ହୋଇଥିଲେ । ଏମାନେ ସମସ୍ତେ ଟିଏମସି ମିଶିପାରନ୍ତି । ତେବେ ଏନେଇ ବିଧାୟକଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନି ।




