ମିଆଁମାର ସରକାରୀ ହସ୍ପିଟାଲ ଉପରେ ସାମରିକ ବିମାନ ଆକ୍ରମଣ, ୩୪ ମୃତ

ମିଆଁମାର ସରକାରୀ ହସ୍ପିଟାଲ ଉପରେ ସାମରିକ ବିମାନ ଆକ୍ରମଣ, ୩୪ ମୃତ
Samaya Live Desk Picture
Published On

ନୂଆଦିଲ୍ଲୀ : ମିଆଁମାର ପଶ୍ଚିମ ରାଖାଇନ ରାଜ୍ୟର ମ୍ରାଉକ୍‌ ୟୁ ସହରରେ ଥିବା ଏକ ସରକାରୀ ହସ୍ପିଟାଲ୍ ଉପରେ ସାମରିକ ବିମାନ  ଆକ୍ରମଣରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆକ୍ରମଣରେ ଡାକ୍ତରଖାନାଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହି ବର୍ବର ଆକ୍ରମଣ ଗତକାଲି ସନ୍ଧ୍ୟାରେ ଘଟିଥିବା ଜଣାପଡ଼ିଛି।  ଘଟଣା ସମ୍ପର୍କରେ ସୂଚନା ଦେଇ  ଏକ ମାନବାଧିକାର ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ମୃତ୍ୟୁ ସଂଖ୍ୟା ବଢ଼ିବା  ଆଶଙ୍କା ରହିଛି। ମୃତକଙ୍କ ମଧ୍ୟରେ  ଅଧିକାଂଶ ରୋଗୀ ଏବଂ ଡାକ୍ତରଖାନା କର୍ମଚାରୀ ଅଛନ୍ତି। ଡାକ୍ତରଖାନାଟି ୩୦୦ ଶଯ୍ୟା ବିଶିଷ୍ଟ ଥିଲା ଏବଂ ଆକ୍ରମଣ ସମୟରେ ୨୫୦ରୁ ଅଧିକ ରୋଗୀ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ମଧ୍ୟ ସାଗାଇଙ୍ଗ ଅଞ୍ଚଳରେ ଏକ ଚା’ ଦୋକାନ ଉପରେ ହୋଇଥିବା ସେନା  ଆକ୍ରମଣରେ  ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସପ୍ତାହକ ମଧ୍ୟରେ ସାଧାରଣ ନାଗରିକଙ୍କ ଉପରେ ଏହା ହେଉଛି ଦ୍ୱିତୀୟ ଘାତକ ଆକ୍ରମଣ । 

Tags: