ଜାପାନ ଭୂକମ୍ପରେ ୧୮ ଜଣଙ୍କ ମୃତ୍ୟୁ

Samaya Live Desk Picture
Published On

କୁମାମୋତୋ: ଦକ୍ଷିଣ-ପଶ୍ଚିମ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଯୋଗୁ ୧୮ ଜଣଙ୍କ ମୃତ୍ୟୁ ହୋଇଯାଇଛି। ରିଚର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୭.୧ ଥିବା ଜଣାପଡ଼ିଛି। ଭୂକମ୍ପ କୁମାମୋତୋ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାଏ ଅତି କମ୍‌ରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ ଜଣ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଅଭିଯାନ ଜାରି ରଖିଛନ୍ତି। ଜାପାନ ମେଟେରୋଲୋଜିକାଲ ଏଜେନ୍ସି ଅନୁଯାୟୀ ଜୁଲାଇ ୨୮ ଅପରାହ୍ଣ ପ୍ରାୟ ୪ଟା ୨୭ ମିନିଟ୍‌ରେ କୁମାମୋତୋ ଅଞ୍ଚଳରେ ଏହି ଭୂକମ୍ପ ହୋଇଥିଲା। ଭୂକମ୍ପ ପରେ ପ୍ରଥମେ ସୁନାମି ସତର୍କତା ଜାରି କରାଯାଇଥିଲା ଏବଂ ପରେ ତାହା ହଟାଇ ଦିଆଯାଇଥିଲା। ସବୁଠାରୁ ଅଧିକ କ୍ଷତି କୁମାମୋତୋ ପ୍ରଦେଶର କାଶିମା ସହରର ଏଓନ୍‌ ମଲ୍‌ରେ ହୋଇଛି। ଭୂକମ୍ପ ପରେ ମଲ୍‌ର ଦ୍ବିତୀୟ ମହଲାର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ତେବେ ଏଠାରୁ ପ୍ରାୟ ୩ ହଜାର ଗ୍ରାହକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।

Tags: