ଆସାମ ମନ୍ତ୍ରୀଙ୍କ ‘କଲିଫ୍ଲାୱାର’ ପୋଷ୍ଟ୍‌କୁ ନେଇ ବଡ଼ ବିବାଦ

ଆସାମ ମନ୍ତ୍ରୀଙ୍କ ‘କଲିଫ୍ଲାୱାର’ ପୋଷ୍ଟ୍‌କୁ ନେଇ ବଡ଼ ବିବାଦ
Samaya Live Desk Picture
Published On

ନୂଆଦିଲ୍ଲୀ: ବିହାରରେ ଭୋଟ୍‌ ଗଣତିର ଅପରାହ୍ନରେ ଏନ୍‌ଡିଏର ବିଜୟ ସ୍ପଷ୍ଟ ହୋଇଥିବା ବେଳେ ଆସାମରେ ହିମନ୍ତ ବିଶ୍ବ ଶର୍ମାଙ୍କ କ୍ୟାବିନେଟ୍‌ର ଜଣେ ମନ୍ତ୍ରୀ ଏକ ‘କଲିଫ୍ଲାୱାର’ (ଫୁଲକୋବି) ଫଟୋ ପୋଷ୍ଟ୍‌ କରି ଏଥିପାଇଁ ଉତ୍ସବ ମନାଇବାକୁ କହିଥିଲେ। ଆସାମ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ଜଳସେଚନ ବିଭାଗ ମନ୍ତ୍ରୀ ଅଶୋକ ସିଙ୍ଖଲ ଏକ୍ସରେ ଏକ ଫୁଲକୋବି ଚାଷ ହୋଇଥିବା ଜମିର ଫଟୋ ପୋଷ୍ଟ୍‌ କରି ଲେଖିଛନ୍ତି, ‘ ବିହାର କୋବି ଚାଷ ପାଇଁ ଅନୁମତି ଦେଇଛି। କିନ୍ତୁ ମନ୍ତ୍ରୀଙ୍କର ଏହି ପୋଷ୍ଟ୍‌କୁ ନେଇ ବିବାଦ ହୋଇଛି। ଫୁଲକୋବି ଫଟୋ ବିହାରର ୧୯୮୯ ଭାଗଲପୁର ନରସଂହାରକୁ ଇଙ୍ଗିତ କରୁଛି। ୧୯୮୯ରେ ଭାଗଲପୁରରେ ଅନେକ ୧ ହଜାରରୁ ଅଧିକ ମୁସଲମାନଙ୍କୁ ହତ୍ୟା କରାଯାଇଥିଲା ଏବଂ ଏକ ଚାଷଜମିରେ ପୋତି ଦିଆଯାଇଥିଲା। ମର ଶରୀରକୁ ଲୁଚାଇବାପାଇଁ ପରେ ସେଠାରେ କୋବି ଚାଷ କରାଯାଇଥିଲା। ବିଜେପି ନେତାଙ୍କର ଏହି ପୋଷ୍ଟ୍‌କୁ ନେଇ ବିବାଦ ହୋଇଥିଲେ ମଧ୍ୟ ସେ ଏହି ପୋଷ୍ଟ୍‌ ଡିଲିଟ୍‌ କରିନାହାନ୍ତି। ବିଜେପି ନେତାଙ୍କ ଉପରେ ଆକ୍ରମଣ କରି କଂଗ୍ରେସ ନେତା ଗୌରବ ଗୋଗଇ କହିଛନ୍ତି, ‘ ବିହାର ନିର୍ବାଚନ ଫଳ ଆସିବା‌ ଦିନ ଆସାମର ଜଣେ ମନ୍ତ୍ରୀ ‘କୋବି ଚାଷ’ ଫଟୋ ବ୍ୟବହାର କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହା ଅତ୍ୟନ୍ତ ଲଜ୍ଜାଜନକ। ଏହି ଫଟୋ ୧୯୮୯ ଭାଗଲପୁର ନନରସଂହାରକୁ ଇଙ୍ଗିତ କରୁଛି। ଯେଉଁଥିରେ ଶତାଧିକ ମୁସଲମାନଙ୍କୁ ହତ୍ୟା କରାଯାଇଥିଲା ଏବଂ ସେମାନଙ୍କ ମର ଶରୀରକୁ ଚାଷଜମିରେ ପୋତି ଦିଆଯାଇଥିଲା।

Tags: