ଆଶା ପାରେଖ ପାଇବେ ସମ୍ମାନଜନକ ଦାଦାସାହେବ ଫାଲକେ ଆୱାର୍ଡ ,୨୨ ବର୍ଷ ପରେ ଜଣେ ମହିଳା ପାଇବେ ଏହି ପୁରସ୍କାର

ବର୍ଷିଆନ ବଲିଉଡ ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦା ସାହେବ ଫାଲକେ ଆୱାର୍ଡ I ଦୀର୍ଘ ୨୨ ବର୍ଷ ପରେ ଭାରତୀୟ ସିନେମାର ଏହି ସର୍ବୋଚ୍ଚ ସମ୍ମାନ ଜଣେ ମହିଳା ଅଭିନେତ୍ରୀଙ୍କୁ ମିଳିବ I ନୂଆଦିଲ୍ଲୀ ଠାରେ ଚଳିତ ମାସ ୩୦ ତାରିଖରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଆଶା ପାରେଖଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ I ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ନିକଟରୁ ସେ ଏହି ପୁରସ୍କାର ଗ୍ରହଣ କରିବେ I […]

Samaya Live Picture
Published On

ବର୍ଷିଆନ ବଲିଉଡ ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦା ସାହେବ ଫାଲକେ ଆୱାର୍ଡ I ଦୀର୍ଘ ୨୨ ବର୍ଷ ପରେ ଭାରତୀୟ ସିନେମାର ଏହି ସର୍ବୋଚ୍ଚ ସମ୍ମାନ ଜଣେ ମହିଳା ଅଭିନେତ୍ରୀଙ୍କୁ ମିଳିବ I ନୂଆଦିଲ୍ଲୀ ଠାରେ ଚଳିତ ମାସ ୩୦ ତାରିଖରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଆଶା ପାରେଖଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ I ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ନିକଟରୁ ସେ ଏହି ପୁରସ୍କାର ଗ୍ରହଣ କରିବେ I ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି।

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଅତୁଳନୀୟ ଅବଦାନ ପାଇଁ ୭୯ ବର୍ଷୀୟ ଆଶାଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯିବା ପାଇଁ ମନୋନୀତ କରାଯାଇଛି I ଆଶା ପାରେଖ ଜଣେ ଶିଶୁ କଳାକାର ଭାବରେ ମାତ୍ର ୧୦ ବର୍ଷ ବୟସରେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ସେ ୯୫ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି I

୧୯୫୯ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଦିଲ୍ ଦେକେ ଦେଖୋ’। ସ୍ୱର୍ଗତ ପ୍ରଯୋଜକ ଓ ନିର୍ଦ୍ଦେଶକ ନାସିର ହୁସେନଙ୍କ ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଆସିଥିଲେ ଆଶା। ଏହା ଥିଲା ତାଙ୍କ ଡେବ୍ୟୁ ଫିଲ୍ମ। ମାତ୍ର ୧୭ ବର୍ଷ ବୟସରେ ସେ ଏହି ଫିଲ୍ମ କରିଥିଲେ। ଆଉ ତା’ପରେ ସେ ପଛକୁ ଚାହିଁ ଦେଖି ନଥିଲେ। ତାଙ୍କ ହାତକୁ ଆସିଥିଲା ଗୋଟିଏ ପରେ ଗୋଟିଏ ଫିଲ୍ମ । ‘ଦିଲ୍‌ ଦେକେ ଦେଖୋ’ ପରେ ସେ ନାସିର ହୁସେନଙ୍କର ଆହୁରି ୬ଟି ଫିଲ୍ମରେ ଅଭିନୟ କରିଥିଲେ। ସେହି ଫିଲ୍ମ ଗୁଡ଼ିକ ହେଉଛି- ‘ଜବ୍ ପ୍ୟାର୍ କିସି ସେ ହୋତା ହେ’, ‘ଫିର ୱହି ଦିଲ୍ ଲାୟା ହୁଁ’, ‘ତିସ୍‌ରୀ ମଞ୍ଜିଲ୍‌’, ‘ବାହାରୋଁ କେ ସପ୍‌ନେ’, ‘ପ୍ୟାର୍ କା ମୌସମ’ ଓ ‘କାରବାଁ’। କଟ୍ଟି ପତଙ୍ଗ, ତିସରି ମଞ୍ଜିଲ୍, ଆନ ମିଲୋ ସଜନା, ଲଭ୍ ଇନ୍ ଟୋକିଓ, ମେରା ଗାଓଁ ମେରା ଦେଶ ଭଳି ଅନେକ ଚଳଚିତ୍ର ଅଭିନୟ କରିଥିଲେ ଆଶା । ଷାଠିଏ ଓ ସତୁରୀ ଦଶକରେ ଆଶା ପାରେଖଙ୍କ ବହୁ ଫିଲ୍ମ ବ୍ୟବସାୟିକ ଦୃଷ୍ଟିକୋଣରୁ ବେଶ୍ ସଫଳ ହୋଇଥିଲା। ତାଙ୍କ ସମୟରେ ସେ ସର୍ବାଧିକ ପାରିଶ୍ରମିକ ନେଉଥିବା ହିରୋଇନ୍ ଥିଲେ। ହିନ୍ଦୀ ସିନେମାରେ ସେ ଜଣେ ପ୍ରଭାବଶାଳୀ ଅଭିନେତ୍ରୀ ବୋଲି କୁହାଯାଏ।

ମନୋରଞ୍ଜନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଆହୁରି ଅନେକ ପୁରସ୍କାର ପ୍ରଦାନ କରାଯାଇଛି I ୧୯୯୨ ମସିହାରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ୧୯୯୮ ରୁ ୨୦୦୧ ପର୍ଯ୍ୟନ୍ତ ଆଶା ପାରେଖ ସେନ୍ସର ବୋର୍ଡର ଚେୟାରମ୍ୟାନ୍ ମଧ୍ୟ ଥିଲେ। ୨୦୦୨ ଲାଇଫ୍ ଟାଇମ ଆଚିଭମେଣ୍ଟ, ୨୦୦୬ରେ IIFA ଆଓ୍ୱାର୍ଡ ଭଳି ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଆଶା I

ଏହି ସମ୍ମାନଜନକ ପୁରସ୍କାର ପାଇଁ ଆଶା ପାରେଖଙ୍କୁ ପାଞ୍ଚ ଜଣିଆ ଖଣ୍ଡପୀଠ ଚୟନ କରିଥିଲେ । ଏଥିରେ ଆଶା ଭୋସଲେ, ହେମା ମାଳିନୀ , ପୁନମ ଢୀଲନ , ଟି.ଏସ୍ ନାଗଭର୍ନା ଏବଂ ଉଦିତ ନାରାୟଣ ପ୍ରଭୃତି ସାମିଲ ହୋଇଥିଲେ।