ଆସାମରେ ଜଳ ଘେରରେ ୬୫୨ ଗାଁ
ଆସାମ: ମଇ ୧୭: ଆସାମରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ । ପ୍ରବଳ ବର୍ଷା ପରେ ବନ୍ୟାରେ ଉବୁଟୁବୁ ସାରା ରାଜ୍ୟଷ । ଆସାମର ୨୦ଟି ଜିଲ୍ଲାର ୬୫୨ ଟି ଗାଁ ବର୍ତ୍ତମାନ ପାଣି ଘେରରେ । ପାଣି ଘେରରେ ବର୍ତ୍ତମାନ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଭୂÕଳନ ଯୋଗୁଁ ମାଟି ଧସି ପାହାଡିଆ ଜିଲ୍ଲା ଦିମା ହାସାଓ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଭୂÕଳନରେ […]
ଆସାମ: ମଇ ୧୭: ଆସାମରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ । ପ୍ରବଳ ବର୍ଷା ପରେ ବନ୍ୟାରେ ଉବୁଟୁବୁ ସାରା ରାଜ୍ୟଷ । ଆସାମର ୨୦ଟି ଜିଲ୍ଲାର ୬୫୨ ଟି ଗାଁ ବର୍ତ୍ତମାନ ପାଣି ଘେରରେ । ପାଣି ଘେରରେ ବର୍ତ୍ତମାନ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଭୂÕଳନ ଯୋଗୁଁ ମାଟି ଧସି ପାହାଡିଆ ଜିଲ୍ଲା ଦିମା ହାସାଓ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଭୂÕଳନରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ପରିସ୍ଥିତିକୁ ଦେଖି ୫୫ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି । ସେଠାରେ ପ୍ରାୟ ୩୫ ହଜାର ଲୋକ ଆଶ୍ରୟ ନେଇଛନ୍ତି । ସ୍ଥାନୀୟ ଲୋଙ୍କ ସହ ଅଗ୍ନିଶମ ବାହିନୀ, ଏସଡିଆରଏଫ୍ ଓ ଏନଡିଆରଏଫ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଅନେକ ସ୍ଥାନରେ ରାସ୍ତା ଓ ବ୍ରିଜ ଭାଙ୍ଗିଯାଇଥିବାରୁ ଯାତାୟତ ଠପ୍ ହୋଇଯାଇଛି । ଆସାମର କାଛର, ଧେମାଜି, କର୍ବି-ଆଙ୍ଗଲଙ୍ଗ, ନାଗା, ନାଲବରୀ ଓ କାମରୂପ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି । ସେହିପରି ଆସାମ ଓ ପଡୋଶୀ ରାଜ୍ୟ ମେଘାଳୟ, ଅରୁଣାଞ୍ଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀନାଳର ଜଳସ୍ତର ବଢିଛି । ଆସାମର କୋପିଲି ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ସୂଚନା ମିଳିଛି ।




