ଆସାମରେ ଥମିନି ବନ୍ୟା ବିତ୍ପାତ
ନାଗାଁଓ: ଜୁନ ୨୫: ଆସାମର ନାଗାଁଓରେ ବନ୍ୟା ଯୋଗୁଁ ୫.୦୩ ଲକ୍ଷ ଜନତା ପ୍ରଭାବିତ । ତେବେ ବିରଳ ପରିସ୍ତିତିରେ ଅନ୍ୟ କୌଣସି ଉପାୟ ନପାଇ ନଦୀବନ୍ଧ ଓ ରାଜପଥ ଉପରେ ଆଶ୍ରୟ ନେଇଛନ୍ତି । ସୂଚନା ଅନୁସାରେ, ଘରେ ବି ପାଣି ପଶିଥିବାରୁ ଲୋକେ ରାଜପଥ ଉପରେ ତମ୍ବୁ ଟାଣି ରହିଛନ୍ତି । ବନ୍ୟା ଯୋଗୁଁ ରାହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୫୫ ଗ୍ରାମର ପ୍ରାୟ ୧.୪୨ ଜନତା ବିଶେଷ ପ୍ରଭାବିତ ହୋଇଛନ୍ତି । […]
ନାଗାଁଓ: ଜୁନ ୨୫: ଆସାମର ନାଗାଁଓରେ ବନ୍ୟା ଯୋଗୁଁ ୫.୦୩ ଲକ୍ଷ ଜନତା ପ୍ରଭାବିତ । ତେବେ ବିରଳ ପରିସ୍ତିତିରେ ଅନ୍ୟ କୌଣସି ଉପାୟ ନପାଇ ନଦୀବନ୍ଧ ଓ ରାଜପଥ ଉପରେ ଆଶ୍ରୟ ନେଇଛନ୍ତି । ସୂଚନା ଅନୁସାରେ, ଘରେ ବି ପାଣି ପଶିଥିବାରୁ ଲୋକେ ରାଜପଥ ଉପରେ ତମ୍ବୁ ଟାଣି ରହିଛନ୍ତି । ବନ୍ୟା ଯୋଗୁଁ ରାହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୫୫ ଗ୍ରାମର ପ୍ରାୟ ୧.୪୨ ଜନତା ବିଶେଷ ପ୍ରଭାବିତ ହୋଇଛନ୍ତି । ଅବସ୍ଥା ଏମିତି ହୋଇଛି ଯେ, ନାଗାଁଓ ଜିଲ୍ଲାର ପିଲାଏ ରିଲିଫ୍ ଶିବିରରେ ଆୟୋଜିତ ପ୍ରାକ୍-ସ୍କୁଲ୍ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍ ଏହି ଶିବିର ପରିଦର୍ଶନ କରିଛନ୍ତି । ୪୫.୩୪ ଲକ୍ଷ ଜନତା ବନ୍ୟା ବିତ୍ପାତ କବଳରେ ପଡ଼ିଥିବା ବେଳେ ଶୁକ୍ରବାର ଦିନ ମଧ୍ୟ ଆସାମରେ ବନ୍ୟା ପରିସ୍ଥିତି ଜଟିଳ ଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କରିଥିବା ୧୦ଜଣ ବ୍ୟକ୍ତିଙ୍କୁ ମିଶାଇ ସମୁଦାୟ ମୃତ୍ୟୁସଂଖ୍ୟା ୧୧୭ରେ ପହଞ୍ଚିଲାଣି । ୧୧୭ ମୃତ୍ୟୁରୁ ୧୦୦ଜଣ ବ୍ୟକ୍ତି ବନ୍ୟା ଏବଂ ୧୭ଜଣ ବ୍ୟକ୍ତି ଭୂÕଳନ ଯୋଗୁଁ ମୃତ୍ୟୁବରଣ କରିଛନ୍ତିଛଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି ଯେ, ୨୮ଟି ଜିଲ୍ଲାର ୩୩ ଲକ୍ଷରୁ ଅଧିକ ଜନତା ବନ୍ୟା ଯୋଗୁଁ ଏବେ ମଧ୍ୟ ପ୍ରଭାବିତ ହୋଇ ରହିଛନ୍ତି । ୨.୬୫ ଲକ୍ଷରୁ ଅଧିକ ଜନତା ୧,୧୨୬ଟି ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି । ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୧୮ରେ ପହଞ୍ଚିଲାଣି ।




