ଦିଲ୍ଲୀରେ ବଢ଼ୁଛି କରୋନା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପଜିଟିଭ୍
ଦିଲ୍ଲୀ: ଜାନୁଆରୀ ୦୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନାରେ ସଂକ୍ରମିତ ହୋଇଥିବା କଥା ଆଜି ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସ୍ୱଳ୍ପ ଲକ୍ଷଣ ଥିବାରୁ ସେ ଘରେ ଆଇସୋଲେସନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ଟୁଇଟ୍ରେ ପରାମର୍ଶ ଦେଇଛନ୍ତି । I have tested positive for Covid. Mild symptoms. Have isolated myself at home. Those who came in […]
ଦିଲ୍ଲୀ: ଜାନୁଆରୀ ୦୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନାରେ ସଂକ୍ରମିତ ହୋଇଥିବା କଥା ଆଜି ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସ୍ୱଳ୍ପ ଲକ୍ଷଣ ଥିବାରୁ ସେ ଘରେ ଆଇସୋଲେସନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ଟୁଇଟ୍ରେ ପରାମର୍ଶ ଦେଇଛନ୍ତି ।
I have tested positive for Covid. Mild symptoms. Have isolated myself at home. Those who came in touch wid me in last few days, kindly isolate urself and get urself tested
— Arvind Kejriwal (@ArvindKejriwal) January 4, 2022
ଦିଲ୍ଲୀରେ ଦୈନିକ କରୋନା ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । ଗତକାଲି ରାଜଧାନୀରେ ୪ ହଜାର ୯୯ ଜଣ ସଂକ୍ରମିତ ହୋଇଥିଲା ବେଳେ ରାଜ୍ୟରେ ସଂକ୍ରମଣ ୬. ୪୬ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ, ୮୪% ନମୁନାରୁ ଓମିକ୍ରନ ଭାରିଏଣ୍ଟ ଠାବ ହେଉଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି । ସୂଚନ ଅନୁସାରେ, ଦିଲ୍ଲୀରେ ହୋମ ଆଇସୋଲେସନରେ ୬,୨୮୮ କରୋନା ରୋଗୀ ଓ ସନ୍ଦିU ରହିଛନ୍ତି । ୨୪ ଘଣ୍ଟାରେ ୪,୦୯୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।
ମୁଖ୍ୟମନ୍ତ୍ରୀ କରେନାରେ ସଂକ୍ରମିତ ହେବା ପରେ ପାଞ୍ଚ ଦିନ ଧରି ମୁଖ୍ୟମନ୍ତ୍ରୀ କେଉଁ କେଉଁ ସ୍ଥାନକୁ ଯାଇଥିଲେ, ତାହାର ଏକ ତଲିକା ପ୍ରକାଶ ପାଇଛି । ୩ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଡେରାଡୁନ୍ର ଏକ ଜନସଭାରେ ଯୋଗ ଦେଇଥିଲା ବେଳେ ୨ ଜନୁଆରୀରେ ଲକ୍ଷ୍ମୌ ଜନସଭା, ୧ ଜାନୁଆରୀରେ ଅମୃତସହର ଏବଂ ରାମମନ୍ଦିର, ୩୧ ଡିସେମ୍ବରରେ ପଟିଆଲା ଏବଂ ୩୦ ଡିସେମ୍ବରରେ ସେ ଚଣ୍ଡିଗଡ଼ ବିଜୟ ଯାତ୍ରାରେ ସାମିଲ ହୋଇଥିଲେ । ଏହି ସ୍ଥାନର ସେ ସଂକ୍ରମିତ ହୋଇପାରନ୍ତି ବୋଲି ଆଶଙ୍କ କରାଯାଉଛି ।




