ରାଜସ୍ଥାନର ଭରତପୁରରେ ଆର୍ମି ବିମାନ କ୍ରାସ୍, କାରଣ ଅସ୍ପଷ୍ଟ
ରାଜସ୍ଥାନ : ଶନିବାର ରାଜସ୍ଥାନର ଭାରତପୁର ଜିଲ୍ଲାରେ ଆର୍ମି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି Iପୋଲିସ ଅଧୀକ୍ଷକ ଶ୍ୟାମ ସିଂ କହିଛନ୍ତି ଯେ ବିମାନଟି ସହରର ଉଚେନ ଅଞ୍ଚଳରେ ଥିବା ଏକ ଖୋଲା ପଡ଼ିଆରେ ଖସିପଡିଛି। ତେବେ ଏହା ହେଲିକପ୍ଟର କିମ୍ବା ବିମାନ ବୋଲି ତୁରନ୍ତ ସ୍ପଷ୍ଟ ହୋଇନାହିଁ। କୁହାଯାଉଛି କି, ଟେକନିକ୍ ଖରାପ ହେବା କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରଟି ୟୁପିର ଆଗ୍ରାରୁ ଉଡାଣ ଭରିଥିବା ବେଳେ ଭରତପୁର ଜିଲ୍ଲାର ଉଚ୍ଛୈନ ଅଞ୍ଚଳରେ […]
ରାଜସ୍ଥାନ : ଶନିବାର ରାଜସ୍ଥାନର ଭାରତପୁର ଜିଲ୍ଲାରେ ଆର୍ମି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି Iପୋଲିସ ଅଧୀକ୍ଷକ ଶ୍ୟାମ ସିଂ କହିଛନ୍ତି ଯେ ବିମାନଟି ସହରର ଉଚେନ ଅଞ୍ଚଳରେ ଥିବା ଏକ ଖୋଲା ପଡ଼ିଆରେ ଖସିପଡିଛି। ତେବେ ଏହା ହେଲିକପ୍ଟର କିମ୍ବା ବିମାନ ବୋଲି ତୁରନ୍ତ ସ୍ପଷ୍ଟ ହୋଇନାହିଁ। କୁହାଯାଉଛି କି, ଟେକନିକ୍ ଖରାପ ହେବା କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରଟି ୟୁପିର ଆଗ୍ରାରୁ ଉଡାଣ ଭରିଥିବା ବେଳେ ଭରତପୁର ଜିଲ୍ଲାର ଉଚ୍ଛୈନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଦୁର୍ଘଟଣାଗସ୍ତ ହେବାପରେ ଏକ ଖୋଲା ପଡିଆ ଅଞ୍ଚଳରେ ଖସି ପଡିଥିଲା I ତେବେ ଜଳୁଥିବା ବିମାନକୁ ଦେଖିବା ପାଇଁ ଆଖ ପାଖ ର ଲୋକ ଆସି ଭିଡ଼ ଜମାଇଥିଲେ I କଲେକ୍ଟର ରଞ୍ଜନଙ୍କ କହିବା ମୁତାବକ, ଭରତପୁରରେ ଏକ ଚାର୍ଟଡ ବିମାନ କ୍ରାସ ହୋଇଛି । କ୍ରାସର କାରଣ ଓ ମୃତାହତ ନେଇ କିଛି ସ୍ପଷ୍ଟ ହୋଇନାହିଁ ।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ଭରତପୁର ଏସପି ଶ୍ୟାମ ସିଂ କହିଛନ୍ତି ଯେ ଅଗ୍ନିକାଣ୍ଡର ତୀବ୍ରତା ଅଧିକ ଥିବାରୁ ଏହା ପ୍ରତିରକ୍ଷା ଯୁଦ୍ଧ ବିମାନ କିମ୍ବା ହେଲିକପ୍ଟର ବୋଲି କହିବା କଷ୍ଟକର। ତେବେ ବିମାନ ଭିତରେ ପାଇଲଟ ନ ଥିଲେ ତାଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି।
“ମୁଁ ଘଟଣାସ୍ଥଳରେ ପହଞ୍ଚିଛି। ପ୍ରତିରକ୍ଷା ୟୁନିଟର ଅଧିକାରୀମାନେ ଏଠାରେ ଅଛନ୍ତି। ପାଇଲଟଙ୍କୁ ଖୋଜିବା ପାଇଁ ଆମେ ଉଦ୍ୟମ କରୁଛୁ ବୋଲି ଏସପି କହିଛନ୍ତି।
#WATCH | Rajasthan, Bharatpur | Wreckage of jet seen. Earlier report as confirmed by Bharatpur District Collector Alok Ranjan said charter jet, however, defence sources confirm IAF jets have crashed in the vicinity. Therefore, more details awaited. pic.twitter.com/005oPmUp6Z
— ANI (@ANI) January 28, 2023




