ଆପ ର ଶେଲୀ ଓବରାୟ ହେଲେ ଦିଲ୍ଲୀର ନୂତନ ମେୟର
ନୂଆଦିଲ୍ଲୀ : ରାଜଧାନୀ ନୁଆଦିଲ୍ଲୀକୁ ମିଳିଲା ନୂତନ ମେୟର I ଆପ ଦଳର ଶୈଲୀ ଓବରାୟ ହୋଇଛନ୍ତି ଦିଲ୍ଲୀର ନୂଆ ମେୟର I ଆଜି ରାଜଧାନୀ ନୂଆଦିଲ୍ଲୀ ପାଇଁ ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା I ଶୈଳୀ ଓବରାୟଙ୍କୁ ୧୫୦ ଭୋଟ ମିଳିଛି I ଶୈଲୀ ଓବରାୟ ହେଉଛନ୍ତି ଦିଲ୍ଲୀର ପଟେଲ ନଗର ବିଧାନସଭାର ୱାର୍ଡ ନମ୍ବର ୮୬ ର ଜଣେ କାଉନସିଲର। ୩୯ ବର୍ଷର ଶିଲି ଓବରୋଇ, ବୃତ୍ତିରେ ଜଣେ ପିଏଚଡି ଧାରୀ ପ୍ରଫେସର । […]
ନୂଆଦିଲ୍ଲୀ : ରାଜଧାନୀ ନୁଆଦିଲ୍ଲୀକୁ ମିଳିଲା ନୂତନ ମେୟର I ଆପ ଦଳର ଶୈଲୀ ଓବରାୟ ହୋଇଛନ୍ତି ଦିଲ୍ଲୀର ନୂଆ ମେୟର I ଆଜି ରାଜଧାନୀ ନୂଆଦିଲ୍ଲୀ ପାଇଁ ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା I ଶୈଳୀ ଓବରାୟଙ୍କୁ ୧୫୦ ଭୋଟ ମିଳିଛି I
ଶୈଲୀ ଓବରାୟ ହେଉଛନ୍ତି ଦିଲ୍ଲୀର ପଟେଲ ନଗର ବିଧାନସଭାର ୱାର୍ଡ ନମ୍ବର ୮୬ ର ଜଣେ କାଉନସିଲର। ୩୯ ବର୍ଷର ଶିଲି ଓବରୋଇ, ବୃତ୍ତିରେ ଜଣେ ପିଏଚଡି ଧାରୀ ପ୍ରଫେସର । ସେ ପ୍ରଥମ ଥର ପାଇଁ ଦିଲ୍ଲୀର କାଉନ୍ସିଲର ନିର୍ବାଚନ ଜିତିଥିଲେ I ଆଜି ର ମେୟର ନିର୍ବାଚନରେ ସେ ମାତ୍ର ୨୬୯ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ଦଳର ଦୀପାଲି କପୁରଙ୍କୁ ପରାସ୍ତ କରିଛନ୍ତି।
ସୂଚନାନୁସାରେ ଆଜି ବୁଧବାର ମେୟର ନିର୍ବାଚନ ପାଇଁ ଦିନ ୧୧.୩୦ ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା I ଏହାପରେ ଦିନ ପ୍ରାୟ ୨ ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଥିଲା I ମେୟର ନିର୍ବାଚନରେ ମୋଟ ୧୦ ଜଣ ମନୋନୀତ ସାଂସଦ, ୧୪ ଜଣ ମନୋନୀତ ବିଧାୟକ ଏବଂ ଦିଲ୍ଲୀର ୨୫୦ଜଣ ନିର୍ବାଚିତ କାଉନସିଲରଙ୍କ ମଧ୍ୟରୁ ୨୪୧ ଜଣ ମତଦାନ କରିଛନ୍ତି । ଗୃହର ଆମ୍ ଆଦମୀ ପାର୍ଟିର ନେତା ମୁକେଶ ଗୋୟଲଙ୍କ ଅନୁରୋଧ କ୍ରମେ ସ୍ୱଳ୍ପ ସମୟ ମଧ୍ୟରେ ଦୁଇଟି ବୁଥରେ ମତଦାନ ଆରମ୍ଭ ହୋଇଥିଲା।
ଏହି ବିଜୟ ପରେ ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଦିଆ ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି – ଗୁଣ୍ଡାମାନେ ହାରିଗଲେ, ସାଧାରଣ ଜନତା ଜିତିଲେ I ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନରେ ଆମ୍ ଆଦମୀ ପାର୍ଟିର ମେୟର ହୋଇଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ପୁଣିଥରେ ଦିଲ୍ଲୀବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଆପର ପ୍ରଥମ ମେୟର ଶୈଲୀ ଓବରୋଇଙ୍କୁ ଅଭିନନ୍ଦନ I
गुंडे हार गये, जनता जीत गयी.
दिल्ली नगर निगम में आम आदमी पार्टी का मेयर बनने पर सभी कार्यकर्ताओं को बहुत बधाई और दिल्ली की जनता का तहे दिल से एक बार फिर से आभार.
AAP की पहली मेयर @OberoiShelly को भी बहुत बहुत बधाई.
— Manish Sisodia (@msisodia) February 22, 2023




