ଦିଲ୍ଲୀ‌ରେ ଗ୍ରାପ୍‌ -୩ ପ୍ରଦୁଷଣ ନିରୋଧୀ କଟକଣା ଜାରି 

ଦିଲ୍ଲୀ‌ରେ ଗ୍ରାପ୍‌ -୩ ପ୍ରଦୁଷଣ ନିରୋଧୀ କଟକଣା ଜାରି 
Samaya Live Desk Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ଅତି ସାଂଘାତିତ ସ୍ତରରେ ପହଞ୍ଚିଥିବାରୁ ଗ୍ରାପ୍‌-୩ ଅଧୀନରେ ପ୍ରଦୁଷଣ ନିରୋଧୀ କଟକଣା ଜାରି ହୋଇଛି। ଦିଲ୍ଲୀରେ ବାୟୁର ମାନ ଅତି ସାଂଘାତିକ ଶ୍ରେଣୀରେ ପହଞ୍ଚିଛି। ସିପିସିବି ( କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ଅନୁଯାୟୀ ଆଜି ଅପରାହ୍ନରେ ଦିଲ୍ଲୀ ବାୟୁମାନ ୪୦୫ ପହଞ୍ଚିଛି। ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବାୟୁର ମାନ ଅତି ସାଂଘାତିକ ଶ୍ରେଣୀରେ ରହିଛି। ୱାଜିରପୁରରେ ବାୟୁମାନ ସବୁଠାରୁ ଖରାପ୍‌ ରହିଛି। ଏଠାରେ ବାୟୁର ମାନ ୪୪୩ ରହିଛି। ଏହା ପଛକୁ ଜାହାଙ୍ଗିରପୁରୀରେ ବାୟୁମାନ ୪୩୯ ରହିଛି। ବିବେକ ବିହାରରେ ବାୟୁମାନ ୪୩୭ ରହିଛି। ଦିଲ୍ଲୀର ଅଧିକାଂଶ ଅଂଶରେ ବାୟୁର ମାନ ଅତି ସାଂଘାତିକ ରହିବା ସାଧାରଣ ଘଟଣା ହୋଇଗଲାଣି। ଶୁକ୍ରବାର ମଧ୍ୟ ଦିଲ୍ଲୀରେ ବାୟୁର ମାନ ୩୮୬ ଥିଲା। 

Tags: