ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ନିର୍ମମ ହତ୍ୟା‌

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ନିର୍ମମ ହତ୍ୟା‌
Samaya Live Desk Picture
Published On

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଥମିବାର ନାଁ ନେଉନାହିଁ। ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହିନ୍ଦୁ ଯୁବକଙ୍କୁ ପ୍ରଥମେ ମାଡ଼ ମାରିଲେ। ପରେ ବିଷ ପିଆଇ   ଯୁବକଙ୍କ ନାମ ଜୟ ମହାପାତ୍ରୋ। ବାଂଲାଦେଶରେ ହିଂସାତ୍ମକ ପ୍ରତିବାଦ ମଧ୍ୟରେ, ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି। ଗତ ୧୮ଦିନରେ ବାଂଲାଦେଶରେ ୭ଜଣ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ଜାନୁଆରି ୮ତାରିଖରେ, ସୁନାମଗଞ୍ଜ ଜିଲ୍ଲାର ଦିରାଇ ଉପଜିଲ୍ଲାର ଭଙ୍ଗଦୋହୋର ଗ୍ରାମରେ ଜୟ ମହାପାତ୍ରୋ ନାମକ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା ବୋଲି ଜଣାଯାଇଛି। ତାଙ୍କ ପରିବାର ଅନୁଯାୟୀ, ଜୟଙ୍କୁ ପ୍ରଥମେ ମାଡ ମରାଯାଇଥିଲା ଏବଂ ପରେ ଅମିରୁଲ ଇସଲାମ ନାମକ ସ୍ଥାନୀୟ ମୁସଲିମ୍ ତାଙ୍କୁ ବିଷ ଦେଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ବଞ୍ଚାଇ ହୋଇନଥିଲା। ବାଂଲାଦେଶରେ ହିନ୍ଦୁମାନଙ୍କ ହତ୍ୟା ବୃଦ୍ଧି ପୁଣି ଥରେ ସ୍ପଷ୍ଟ କରିଛି ଯେ, ଯେତେବେଳେ ସରକାରଙ୍କ ନିୟନ୍ତ୍ରଣ ଦୁର୍ବଳ ହୁଏ, ହିନ୍ଦୁ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ବୃଦ୍ଧି ପାଏ। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ‘ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଏବଂ ସେମାନଙ୍କ ଘର ବ୍ୟବସାୟ ଉପରେ ଉଗ୍ରବାଦୀମାନେ ଆକ୍ରମଣ କରୁଛନ୍ତି। ଏଥିପାଇଁ ବ୍ୟକ୍ତିଗତ ଶତ୍ରୁତା, ରାଜନୈତିକ ମତଭେଦକୁ ଦାୟୀ କରାଯାଉଛି। ଏପରି ସାମ୍ପ୍ରଦାୟିକ ଘଟଣାଗୁଡ଼ିକର ତୁରନ୍ତ ସମାଧାନ କରିବା ଅତ୍ୟନ୍ତ ଜରୁରୀ। ଏପରି ଅବହେଳା ଅପରାଧୀଙ୍କୁ ସାହସ ଦିଏ ଏବଂ ସଂଖ୍ୟାଲଘୁଙ୍କ ମଧ୍ୟରେ ଭୟ ଏବଂ ଅସୁରକ୍ଷାର ଭାବନାକୁ ଆହୁରି ବଢ଼ାଇ ଦିଏ ବୋଲି ସେ କହିଛନ୍ତି। 

Tags: