ଅମିତାଭ ବଚ୍ଚନଙ୍କୁ ବୋମା ଧମକ

ଅମିତାଭ ବଚ୍ଚନଙ୍କୁ ବୋମା ଧମକ
Samaya Live News Picture
Published On

ମୁମ୍ବାଇ : ମୁମ୍ବାଇସ୍ଥିତ ଅମିତାଭ ବଚ୍ଚନଙ୍କ ବାସଭବନ 'ଜଲ୍‌ସା'କୁ ପୁଣିଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଆଜି ସକାଳେ ଆସିଥିବା ଏକ ଧମକପୂର୍ଣ୍ଣ ଇ-ମେଲ୍‌ରେ ଅମିତାଭ ବଚ୍ଚନଙ୍କ ଘର ସମେତ ମୁମ୍ବାଇର ଏକାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍ କରାଯାଇଛି ।

ଆଜି ସକାଳ ପ୍ରାୟ ୧୦ଟା ୫୨ ମିନିଟ୍‌ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଜୋନାଲ ଅଫିସ ଏବଂ ମୁମ୍ବାଇ ପୋଲିସ କ୍ରାଇମ୍‌ ବ୍ରାଞ୍ଚକୁ ଏହି ଇ-ମେଲ୍ ପଠାଯାଇଛି । 'ଖାଲିସ୍ତାନ ନ୍ୟାସନାଲ ଆର୍ମି' ନାମକ ଏକ ସଂଗଠନର ଆସନ୍ତା ନଭେମ୍ବର ୨୭ ଓ ଡିସେମ୍ବର ୩୧ ତାରିଖରେ ଅମିତାଭଙ୍କ ବଙ୍ଗଳା 'ଜଲ୍‌ସା' ସମେତ ମୁମ୍ବାଇ ବିମାନବନ୍ଦର, ମେୟରଙ୍କ କାର୍ଯ୍ୟାଳୟ,ବମ୍ବେ ହାଇକୋର୍ଟ, ମହାଲକ୍ଷ୍ମୀ ରେସକୋର୍ସ ଏବଂ ଏକ ବ୍ୟାଙ୍କ ଶାଖାରେ ବିସ୍ଫୋରଣ କରିବାକୁ ଧମକ ଦିଆଯାଇଛି ।
 

 

Tags: