ମମତାଙ୍କୁ ଖୋଜୁଛନ୍ତି ଅମିତ ଶାହା

ମମତାଙ୍କୁ ଖୋଜୁଛନ୍ତି ଅମିତ ଶାହା
Samaya Live News Picture
Published On

ମୁଖ୍ୟମନ୍ତ୍ରୀ ମୋହ ଛାଡ଼ୁନି ମମତାଙ୍କୁ । କହୁଛନ୍ତି ମୁ ଇସ୍ତଫା ଦେବିନାହିଁ । ମମତାଙ୍କ ଏମିତି କଥା ଶୁଣି ଲୋକମାନେ ଆଶ୍ଚର୍ୟ୍ୟ । ଦୀର୍ଘ ୧୫ ବର୍ଷ ଶାସନରେ ରହିବା ପରେ ମମତାଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ ପରିସ୍ତିତି ଏପରି ହୋଇଥିଲା ମମତାଙ୍କୁ  ୮୦ ସିଟ ରେ ସନ୍ତୁଷ୍ଟ ହେବାକୁ ପଡିଥିଲା । କିନ୍ତୁ ଯଦି ମମତା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦିଅନ୍ତି ,ତାହେଲେ ପରିସ୍ଥିତି କଣ ହେବ ।କଣ କହୁଛି ଆମ ସମ୍ଭିଧାନ । ସମ୍ଭିଧାନ କହୁଛି ଯଦି ଜଣେ ମୁଖ୍ୟମଂନ୍ତୀ  ଇସ୍ତ୍ଥଫା ନ ଦିଅନ୍ତି ତାହେଲେ ରାଜ୍ୟପାଳଙ୍କ ସ୍ୱତନ୍ତ୍ର କ୍ଷମତା ଅନୁସାରେ ୧୬୪ (୧)  ଧାରା ଅନୁସାରେ ରାଜ୍ୟପାଳ ସେମାନଙ୍କୁ ତାଙ୍କ ପଦରୁ ବରଖାସ୍ତ କରିଦେବେ  ଏବଂ ହାରିଗଲା ପରେ ମୁଖ୍ୟମନ୍ତ୍ରୀଙ୍କ କୋ÷÷ଣସି କ୍ଷମତା ନଥାଏ ଓ  ସେ କ୍ଷେତ୍ରରେ ରାଜ୍ୟପାଳଙ୍କର କ୍ଷମତା ଆସିଯାଏ । ସମ୍ଭିଧାନ ଅନୁସାରେ ରାଜ୍ୟପାଳ ପ୍ରତିପକ୍ଷଙ୍କୁ ଫ୍ଲୋର ଟେଷ୍ଟ ପାଇଁ ଆମନ୍ତ୍ରଣ କରନ୍ତି ।
ମମତାଙ୍କ ଏଭଳି ପଦକ୍ଷେପ କୁ ସାଧାରଣ ଜନତା ନାପସନ୍ଦ କରୁଥିବା ବେଳେ ବର୍ତ୍ତମାନ ରାଜ୍ୟପାଳ  ରାଜ୍ୟର ସମସ୍ତ ଏସପି ଓବଂ ଡିଜିଙ୍କୁ କଡା ନିର୍ଦେସ ଦେଇଛନ୍ତି ।ଯେଭଳି ଶାନ୍ତି ଭଙ୍ଗ ନ ହୁଏ ।ତଥାପି କିଛି ଜାଗାରେ ତୃଣମୂଳ ଅଫିସ ଭଙ୍ଗା ଯାଉଛି ଏବଂ ପଶ୍ଚିମବଙ୍ଗରେ  ରାଜନୈ÷ତିକ ଅସ୍ଥିରତା ସହ ବିଭିନ୍ନ ଜାଗାରେ ପରସ୍ପର ମଧ୍ୟରେ ମାରପିଟ ହେବାର ଖବର ମଧ୍ୟ ହସ୍ତଗତ ହୋଇଛି ।
ବର୍ତ୍ତମାନ  ପଶ୍ଚିମବଙ୍ଗର ଚିଫ୍ ଇଲେକ୍ସନ ଅଫିସର ରାଜ୍ୟପାଳଙ୍କୁ ଭେଟି ନବନିର୍ବାଚିତ ବିଧାୟକଙ୍କ ତାଲିକା ପ୍ରଦାନ କରିଛନ୍ତି ।
ଇତି ମଧ୍ୟରେ ପଶ୍ଚିମ ବଙ୍ଗରେ ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତ ଆରମ୍ଭ କରିଲାଣି ।ବର୍ତ୍ତମାନ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଯୁକ୍ତି ପାଇଛନ୍ତି ।ଏବଂ ତଳ ସ୍ତରରେ ସେ ତାଙ୍କ ପ୍ରସ୍ତୁତ ଆରମ୍ଭ କରିଦେଲେଣି ।ପୁଣି ଲୋକଙ୍କ ମନକୁ ଆସୁଛି  ବିଜେପି ପଶ୍ଚିମବଙ୍ଗରେ ନୂଆ ଚେହେରା ଦେବ କି ।ଏସବୁ ଭିତରେ ଶୁମିବାକୁ ମିଳୁଛି  ମେ ୯ ତାରିଖ ଦିନ ବିଶ୍ବକବି  ରବିନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀରେ ନୂଆ ସରକାରର ଶପଥଗ୍ରହଣ ଉତ୍ସବ ପାଇଁ ବିଜେପି ପ୍ରସ୍ତୁତି ଚଳାଇଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ମମତା କହିଛନ୍ତି, ମୁଁ ନିର୍ବାଚନ ହାରିନାହିଁ, ତେଣୁ ମୁଁ ରାଜଭବନ ଯିବିନାହିଁ। ମୋର ଇସ୍ତଫା ଦେବାର ପ୍ରଶ୍ନ ଉଠୁନି। ମମତା ଦାବି କରିଛନ୍ତି ଯେ ନିର୍ବାଚନ ନିରପେକ୍ଷ ଭାବେ ପରିଚାଳନା କରାଯାଇନି। ନିର୍ବାଚନକୁ ବଳପୂର୍ବକ କବ୍ଜା କରିବା ପାଇଁ ବିଜେପି ଅନୁଚିତ ହସ୍ତକ୍ଷେପ କରିଛି ଏବଂ କେନ୍ଦ୍ରୀୟ ବାହିନୀ ବ୍ୟବହାର କରିଛି।ମମତାଙ୍କ କହିବା ମୁତାବକ ତାଙ୍କ ଦଳ ଫଳାଫଳକୁ ଚ୍ୟାଲେଞ୍ଜ କରିବ ଏବଂ ରାଜନୈତିକ ଲଢ଼େଇ ଜାରି ରଖିବ। ସେ କହିଛନ୍ତି, ଆମେ ଜନାଦେଶ ଦ୍ବାରା ହାରିନାହୁଁ, ବରଂ ଷଡ଼୍ୟନ୍ତ୍ରର ଶିକାର ହୋଇ ହାରିଛୁ। ଆମେ ବାଘ ପରି ଲଢ଼ିଛୁ ଏବଂ ପୁଣିଥରେ ଫେରିବୁ। ତାଙ୍କ ଦଳର ଲଢ଼େଇ କେବଳ ବିଜେପି ସହ ନଥିଲା, ନିର୍ବାଚନ କମିସନ ଥିଲେ ବାସ୍ତବ ପ୍ରତିଦ୍ବନ୍ଦ୍ବୀ। ଆମେ ଇସିଙ୍କ ବିରୋଧରେ ଲଢ଼ିବୁ, କିନ୍ତୁ ରଣନୀତି ଏବେ ଗୁପ୍ତ ରହିବ। ସେ ଆହୁରି କହିଥିଲେ ଯେ ସମଗ୍ର ବ୍ୟବସ୍ଥା ବିରୋଧରେ ଟିଏମ୍ସି ଲଢ଼ିଛି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ମଧ୍ୟ ଏଥିରେ ସମ୍ପୃକ୍ତ। ଏସ୍ଆଇଆର ନାଁରେ ସେମାନେ ୯୦ ଲକ୍ଷ  ଲୋକଙ୍କ ନାଁ ଭୋଟର ତାଲିକାରୁ କାଟି ଦେଇଥିଲେ। ଆମେ କୋର୍ଟକୁ ଯିବା ପରେ ତାଲିକାରେ ପୁଣି ୩୨ ଲକ୍ଷ ନାଁ ଯୋଡ଼ିହେଲା। ଏହା ଅତ୍ୟନ୍ତ ଦୁଃଖଦାୟକ। ମୁଖ୍ୟ ନିର୍ବାଚନ କମିସନର ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନେବା ପାଇଁ ଏବଂ ଇଭିଏମ୍ ଲୁଟ୍ କରିବା ପାଇଁ ଚଳିତ ନିର୍ବାଚନରେ ଖଳନାୟକ ପାଲଟିଥିଲେ। ଇଭିଏମ୍ରେ ଭୋଟ୍ ଦେବା ପରେ ୮୦-୯୦ ପ୍ରତିଶତ ଚାର୍ଜ ରହିଲା କିପରି?  ନିର୍ବାଚନର ୨ ଦିନ ପୂର୍ବରୁ ସେମାନେ ଆମ ଲୋକଙ୍କୁ ଗିରଫ କଲେ। ସମସ୍ତ ଆଇପିଏସ୍ ଓ ଆଇଏଏସ୍ ଅଫିସରଙ୍କୁ ବଦଳି କଲେ। ଏହା ବିଜେପି ଓ ନିର୍ବାଚନ କମିସନଙ୍କ ମଧ୍ୟରେ ଏକ ବେଟିଂ ଥିଲା। ମୋ ଜୀବନରେ ମୁଁ ଏମିତି ନିର୍ବାଚନ କେବେ ଦେଖି ନାହିଁ। ନିର୍ବାଚନରେ ସିଧାସଳଖ ହସ୍ତକ୍ଷେପ ଅଭିଯୋଗ କରି ମମତା କହିଛନ୍ତି, ସେମାନେ ମହାରାଷ୍ଟ୍ର, ହରିୟାଣା, ବିହାର ଓ ଏବେ ପଶ୍ଚିମବଙ୍ଗରେ ନିର୍ବାଚନ ଚୋରାଇଛନ୍ତି। ତାଙ୍କୁ ମତଦାନ କେନ୍ଦ୍ରରେ ମାଡ଼ ମରାଯାଇଛି। ତାଙ୍କ ପେଟ ଓ ପିଠିକୁ ଗୋଇଠା ମରାଯାଇଛି। ଏହି ସମୟରେ ସିସିଟିଭି କ୍ୟାମେରା ବନ୍ଦ ଥିଲା ଏବଂ ତାଙ୍କୁ ଗଣତି କେନ୍ଦ୍ରରୁ ଠେଲି ବାହାର କରି ଦିଆଯାଇଥିଲା। ବିଜେପିକୁ ସତର୍କ କରାଇ ମମତା କହିଛନ୍ତି ଯେ କ୍ଷମତା ସ୍ଥାୟୀ ନୁହେଁ। ଇତିହାସର ପୁଣି ପୁନରାବୃତ୍ତି ହେବ। ଆଗାମୀ ଦିନରେ ଦଳର ରଣନୀତି କ’ଣ ରହିବ ତାହା ମମତା ପ୍ରକାଶ କରି ନଥିଲେ ମଧ୍ୟ ଇଣ୍ଡି ମେଣ୍ଟ ନେତାମାନେ ତାଙ୍କ ସହ ଯୋଗାଯୋଗ କରିଥିବା କହିଛନ୍ତି। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅଖିଳେଶ ଯାଦବ, ହେମନ୍ତ ସୋରେନ, ତେଜସ୍ବୀ ଯାଦବ ଓ ଅନ୍ୟ ନେତାମାନେ ମୋତେ ଫୋନ୍ କରିଛନ୍ତି। ଅଖିଳେଶ ମୋତେ ଆସନ୍ତାକାଲି ଭେଟିବାକୁ ଆସିବେ। ଏବେ ମୋର ଲକ୍ଷ୍ୟ ସ୍ପଷ୍ଟ। ମୁଁ ଏକ ମୁକ୍ତ ବିହଙ୍ଗ। ଇଣ୍ଡିମେଣ୍ଟ ନେତାମାନଙ୍କ ସହ ମୁଁ କ’ଣ ଆଲୋଚନା କରିବି ତାହା ସ୍ଥିର କରିସାରିଛି। ଟିଏମ୍ସି ନେତା ଓ କର୍ମୀଙ୍କ ଉପରେ ଯେଉଁଠାରେ ଆକ୍ରମଣ ହୋଇଛି ଏବଂ ଯେଉଁଠାରେ ପାର୍ଟି ଅଫିସ୍ ଭଙ୍ଗାରୁଜା ହୋଇଛି ସେଠାକୁ ଦଳ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ପଠାଇବ ବୋଲି ମମତା କହିଛନ୍ତି।

Tags: