ରାହୁଲଙ୍କ ଉପରେ ବର୍ଷିଲେ ଶାହ

ରାହୁଲଙ୍କ ଉପରେ ବର୍ଷିଲେ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ।  ୟୁରୋପ ସଂଘ ଓ ଆମେରିକା ସହ ବାଣିଜ୍ୟ ଚୁକ୍ତିକୁ ନେଇ ରାହୁଲ ଗାନ୍ଧୀ ଅପପ୍ରଚାର କରୁଛନ୍ତି ବୋଲି ଶାହ ଅଭିଯୋଗ କରିଛନ୍ତି।  ଗାନ୍ଧୀନଗରରେ ଏକ ସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି, ଯେତେବେଳେ ସଂସଦରେ ରାହୁଲ ଗାନ୍ଧୀ ଛିଡ଼ା ହୋଇ ଚାଷୀ ସୁରକ୍ଷା କଥା ଉଠାନ୍ତି ସେତେବେଳେ ମତେ ବହୁତ ହସ ଲାଗେ। ଦେଶକୁ ଭ୍ରମିତ କରିବାରେ କଂଗ୍ରେସ ଦଳର ଅନେକ ଇତିହାସ ରହିଛି। କିନ୍ତୁ ଏବେ ବାଣିଜ୍ୟ ଚୁକ୍ତିକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ମୁଁ ଦେଶର ସବୁ ଚାଷୀଭାଇମାନଙ୍କୁ ଆଶ୍ବସନା ଦେଇ କହିବାକୁ ଚାହୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ପ୍ରକାର ବାଣିଜ୍ୟ ଚୁକ୍ତିରେ ଚାଷ ଓ ଚାଷୀଙ୍କ ହିତକୁ ଗୁରୁତ୍ବ ଦେଇଛନ୍ତି, ତେଣୁ ଚିନ୍ତା କରିବାର କୌଣସି କଥା ନାହିଁ। ଶାହ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରି ଦୁଗ୍ଧ ଶିଳ୍ପକୁ ନଷ୍ଟ କରିଦେବା ଭଳି ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଭିତ୍ତିହୀନ। ତାଙ୍କ କଥାରେ କୌଣସି ଦମ୍ ନାହିଁ। ସେ କେବଳ ଲୋକଙ୍କୁ ମିଛ କହି ଭ୍ରମିତ କରୁଛନ୍ତି।  

ସମ୍ବନ୍ଧିତ ଖବର ବାଂଲାଦେଶ ମତଦାନ,  ଭୋଟିଂ ବୁଥ୍‌ରେ ବିସ୍ଫୋରଣ  

Tags: