ଆସୋସିଏଟଙ୍କ ସୁରକ୍ଷା ଓ ଆର୍ଥିକ କଲ୍ୟାଣର ଅଗ୍ରଗତି ଏବଂ ଭାରତବ୍ୟାପୀ ନିଜର ପରିଚାଳନା ନେଟ୍ୱର୍କକୁ ସୁଦୃଢ କରିବା ପାଇଁ ୨୮୦୦କୋଟି ଟଙ୍କା ନିବେଶ କରିବ ଆମାଜନ ଇଣ୍ଡିଆ
ଭୁବନେଶ୍ୱର: ଆମାଜନ ଇଣ୍ଡିଆ ଆଜି ଘୋଷଣା କରିଛି ଯେ, ଏହା ଭାରତର ଅନ୍ୟତମ ସୁରକ୍ଷିତ, ଦ୍ରୁତ ଓ ସବୁଠାରୁ ନିର୍ଭରଯୋଗ୍ୟ ପରିଚାଳନା ନେଟ୍ୱର୍କକୁ ସୁଦୃଢ କରିବା ସହିତ ନିଜର ଆସୋସିଏଟଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ କଲ୍ୟାଣ ସମ୍ପର୍କିତ ପଦକ୍ଷେପଗୁଡିକୁ ମଜବୁତ କରିବା ପାଇଁ ୨୮୦୦ କୋଟି ଟଙ୍କାରୁ (୩୦୦ମିଲିୟନ ଡଲାର) ଅଧିକ ନିବେଶ କରିବାକୁ ଯୋଜନା ରଖିଛି । ଏହି ନିବେଶ ଭାରତରେ ୨୦୩୦ ସୁଦ୍ଧା ୩୫ ବିଲିୟନ ଡଲାରରୁ ଅଧିକ ନିବେଶ କରିବା ପାଇଁ କମ୍ପାନୀର ବିସ୍ତୃତ ଯୋଜନାର ଅଂଶ ଅଟେ, ଯାହା ବ୍ୟବସାୟିକ ସମ୍ପ୍ରସାରଣ ସହିତ ୩ଟି ରଣନୈତିକ ସ୍ତମ୍ଭ: ଏଆଇ-ପରିଚାଳିତ ଡିଜିଟାଲୀକରଣ, ରପ୍ତାନୀଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେବ । ଆମାଜନ ମାତ୍ର କିଛି ମିନିଟ୍, ଘଂଟା ଓ ଦିନରେ ଭାରତବ୍ୟାପୀ ଗ୍ରାହକଙ୍କୁ ସେବା ଯେଗାଇବା ପାଇଁ ଏହାର ମୂଳ ଓ କ୍ୱିକ କମର୍ସ ନେଟ୍ୱର୍କର ବିସ୍ତାର କରିବା ଜାରି ରଖିବ । ଏହି ନିବେଶ ୨୦୨୫ରେ ଭାରତରେ କମ୍ପାନୀର ୨୦୦୦ କୋଟି ଟଙ୍କା (୨୩୩ ମିଲିୟନ ଡଲାର) ନିବେଶ ଉପରେ ଆଧାରିତ,ଯାହା ଭାରତବ୍ୟାପୀ ୧୭ଟି ନୂଆ ଫୁଲଫିଲମେଂଟ ସେଂଟର, ୬ଟି ସର୍ଟେଶନ ସେଂଟର ଓ ୭୫ଟି ଲାଷ୍ଟ-ମାଇଲ ଡେଲିଭରି ଷ୍ଟେସନର ଲଂଚ୍କୁ ସକ୍ଷମ କରିଥିଲା । ଆମାଜନ ପକ୍ଷରୁ୨୦୨୫ରେ ଏହାର କ୍ୱିକ କମର୍ସ ଅଫରିଙ୍ଗ, ଇଜ୍ଞବଚ୍ଛକ୍ଟଦ୍ଭ ଘକ୍ଟଙ୍ଗର ମଧ୍ୟ ଲଂଚ କରାଯାଇଥିଲା ଏବଂ ଲଂଚ ପରଠାରୁ ଏହା ସୁରକ୍ଷିତ ଓ ଦ୍ରୁତ ଡେଲିଭରିକୁ ସକ୍ଷମ କରିବା ପାଇଁ ପ୍ରମୁଖ ସହରଗୁଡିକରେ ୩୦୦ରୁ ଅଧିକ ମାଇକ୍ରୋ-ଫୁଲଫିଲମେଂଟ ସେଂଟରକୁ ବିସ୍ତାର ହୋଇଛି ।
“୨୦୧୩ରେ ଆମାଜନ ଡଟ୍ ଇନର ଲଂଚ ପରଠାରୁ ଆମେ ଭାରତର ଅନ୍ୟତମ ସୁରକ୍ଷିତ, ଦ୍ରୁତ ଓ ସର୍ବାଧିକ ନିର୍ଭରଯୋଗ୍ୟ ପରିଚାଳନା ନେଟ୍ୱର୍କର ନିର୍ମାଣ କରିଛୁ, ଦେଶର ପ୍ରତ୍ୟେକ ସେବାଯୋଗ୍ୟ ପିନ୍କୋଡରେ ଗ୍ରାହକଙ୍କୁ ସେବା ପ୍ରଦାନ କରିଛୁ । ଆମର ଗ୍ରାହକମାନେ ଏହି ନେଟ୍ୱର୍କର କେନ୍ଦ୍ରରେ ରହିଛନ୍ତି ଏବଂ ଆମେ ଆମର ଆସୋସିଏଟଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ କଲ୍ୟାଣର ସ୍ତର ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧ ରହିଛୁ । ଚଳିତ ବର୍ଷ ଆମେ ଏହି ପ୍ରୟାସଗୁଡିକୁ ଆହୁରି ମଜବୁତ କରିବା ପାଇଁ ୨୮୦୦ କୋଟି ଟଙ୍କାରୁ (୩୦୦ ମିଲିୟନ ଡଲାର) ଅଧିକ ନିବେଶ କରିଥିବା ବେଳେ ଆମର ପରିଚାଳନା ନେଟ୍ୱର୍କ ଏବଂ ଗ୍ରାହକଙ୍କ ପାଇଁ ଦ୍ରୁତ, ସୁରକ୍ଷିତ ଓ ଅଧିକ ନିର୍ଭରଯୋଗ୍ୟ ଡେଲିଭରିକୁ ସକ୍ଷମ କରୁଥିବା ଅତ୍ୟାଧୁନିକ ଟେକ୍ନୋଲୋଜିର ସମ୍ପ୍ରସାରଣ ଜାରି ରଖିଛୁ । ଆମର ପଦକ୍ଷେପଗୁଡିକ ମଧ୍ୟ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଭଳି ଜାତୀୟ ପ୍ରାଥମିକତା ସହ ଜଡିତ ରହିଛି, ଯାହା ଆମର ଆସୋସିଏଟଙ୍କ ପାଇଁ ସ୍ୱାସ୍ଥ୍ୟସେବା ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ପହଂଚ ବୃଦ୍ଧି କରିବାରେ ସାହାଯ୍ୟ କରୁଛି” ବୋଲି ଆମାଜନ ଇଣ୍ଡିଆ ଓ ଅଷ୍ଟ୍ରେଲିଆର ପରିଚାଳନା ବିଭାଗର ଭିପି ଅଭିନବ ସିଂହ କହିଛନ୍ତି ।
ଆସୋସିଏଟଙ୍କ ପାଇଁ ନେଟ୍ୱର୍କରେ କାର୍ଯ୍ୟକାରୀ ହେଉଥିବା ଆମାଜନର ପ୍ରୋଗ୍ରାମ ଓ ପଦକ୍ଷେପଗୁଡିକ ଶ୍ରମ ଆଇନ ଅଧୀନରେ ଅଧିସୂଚିତ ବିଭିନ୍ନ ମାନଦଣ୍ଡ ସହ ସମନ୍ୱିତ ରହିଛି । ଏହି ନୂତନ ନିବେଶ ହଜାର ହଜାର ଆସୋସିଏଟ ଓ ପାର୍ଟନରଙ୍କ ପାଇଁ ସ୍ୱାସ୍ଥ୍ୟସେବା ଓ ଆର୍ଥିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ପ୍ରୟାସଗୁଡିକୁ ଆହୁରି ମଜବୁତ କରିବ । ୨୦୨୬ରେ ଏହି ପ୍ରୟାସଗୁଡିକରେ ଡେଲିଭରି ଆସୋସିଏଟମାନଙ୍କୁ ଆଶ୍ରୟ ସୁବିଧା ପ୍ରଦାନ କରିବା ପାଇଁ ପ୍ରୋଜେକ୍ଟ ଆଶ୍ରୟକୁ ବିସ୍ତାର କରିବା, ଦୀର୍ଘ ଦୂରତା ଅତିକ୍ରମ କରୁଥିବା ଟ୍ରକ୍ ଡ୍ରାଇଭର ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ବିସ୍ତୃତ ରେଞ୍ଜର ସ୍ୱାସ୍ଥ୍ୟ ଓ କଲ୍ୟାଣ କାର୍ଯ୍ୟକ୍ରମ ସୁଶ୍ରୁତ ଭଳି ସ୍ୱାସ୍ଥ୍ୟ ଓ କଲ୍ୟାଣ କାର୍ଯ୍ୟଗୁଡିକର ସମ୍ପ୍ରସାରଣ ସହ ନୂତନ ପଦକ୍ଷେପଗୁଡିକ ଅନ୍ତର୍ଭୁକ୍ତ ରହିଛି । ଏଥିସହିତ ଏହା ଦେଶବ୍ୟାପୀ ମେଡିକାଲ କ୍ୟାମ୍ପ ମାଧ୍ୟମରେ ପ୍ରତିଷେଧାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ପହଂଚକୁ ସକ୍ଷମ କରୁଛି । କମ୍ପାନୀ ଚିକିତ୍ସା ଓ ଦୁର୍ଘଟଣା ବୀମା ବୃଦ୍ଧି କରୁଛି । ଏହାବ୍ୟତୀତ କମ୍ପାନୀ ପକ୍ଷରୁ ଆମାଜନ ଆସୋସିଏଟ ଓ କମ୍ୟୁନିଟି ସଦସ୍ୟଙ୍କ ପାଇଁ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଂଟ ଓ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଭଳି ଯୋଜନାଗୁଡିକରେ ଅନ୍ତର୍ଭୁକ୍ତୀକରଣକୁ ସକ୍ଷମ କରି ସମୃଦ୍ଧି ପ୍ରୋଗ୍ରାମ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ସାମାଜିକ ସୁରକ୍ଷା ପହଂଚକୁ ବୃଦ୍ଧି କରୁଛି । ଆମାଜନ ପ୍ରତିଧି ବୃତି ଓ ମେଂଟରସିପ ପ୍ରୋଗ୍ରାମ ମାଧ୍ୟମରେ ଆସୋସିଏଟଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ସହଯୋଗ ଜାରି ରଖିଛି, ଯାହା ଏହାର ପରିଚାଳନା ନେଟ୍ୱର୍କରେ ସାମଗ୍ରିକ କଲ୍ୟାଣ ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ସୁଦୃଢ କରିଛି ।
ଆମାଜନ ପକ୍ଷରୁ ଭାରତର ଟାୟାର ୨ ଓ ୩ ସହରଗୁଡିକରେ ଗ୍ରାହକଙ୍କପାଇଁ କ୍ଷମତା ବୃଦ୍ଧି କରିବା ଓ ଡେଲିଭରି ବେଗ ଉନ୍ନତ କରିବା ପାଇଁ ଫୁଲଫିଲମେଂଟ ସେଂଟର, ସର୍ଟେଶନ ସେଂଟର ଓ ଡେଲିଭରି ଷ୍ଟେସନ ସମେତ ଏହାର ସର୍ବଭାରତୀୟ ସ୍ତରର ପରିଚାଳନା ନେଟ୍ୱର୍କକୁ ସମ୍ପ୍ରସାରଣ ଓ ଅପ୍ଗ୍ରେଡ କରିବା କ୍ଷେତ୍ରରେ ନିବେଶ କରାଯିବ । ଏହି ନିବେଶଗୁଡିକ ସେଲର ଓ କ୍ଷୁଦ୍ର ବ୍ୟବସାୟଗୁଡିକୁ ସହଯୋଗ କରିବ ଏବଂ ସ୍ଥାନୀୟ ଅର୍ଥନୀତି ଅଭିବୃଦ୍ଧିରେ ଯୋଗଦାନ ଦେବ । କମ୍ପାନୀ ବର୍ତମାନ ପରିଚାଳନା କରୁଥିବା ସହରଗୁଡିକରେ ଓ ଭାରତର ଅନ୍ୟ ସହରଗୁଡିକରେ ଆମାଜନ ନାଓର ଉପସ୍ଥିତି ଦୁଇ ଗୁଣରୁ ଅଧିକ ବୃଦ୍ଧି କରିବା ପାଇଁ ଯୋଜନା ରଖିଛି । ଏହି ନିବେଶ ଆମାଜନକୁ କିଛି ମିନିଟ୍ରୁ ଘଂଟା ଓ ଦିନ ପର୍ଯ୍ୟନ୍ତ ଏକ ବିସ୍ତୃତ ଶୃଙ୍ଖଳାର ଡେଲିଭରି ସ୍ପିଡରେ ଗ୍ରାହକଙ୍କୁ ସେମାନଙ୍କ ଆବଶ୍ୟକତା ଆଧାରରେ ସେବା ପ୍ରଦାନ କରିବା ପାଇଁ ସକ୍ଷମ କରିବ ।
ଆମାଜନର ଶିଳ୍ପ ଅଗ୍ରଣୀ ଫ୍ୟାସିଲିଟିଗୁଡିକ ଜଳବାୟୁ ନିୟନ୍ତ୍ରିତ ଅଟେ ଏବଂ ସେଗୁଡିକୁ ଶକ୍ତି ଦକ୍ଷତା ବୃଦ୍ଧି କରିବା, କାର୍ଯ୍ୟକ୍ଷେତ୍ର ସୁରକ୍ଷା ଉନ୍ନତ କରିବା ଓ ଏକ ଅଧିକ ସମାବେଶୀ ପରିବେଶକୁ ସମର୍ଥନ କରିବା ପାଇଁ ଆଡ୍ଭାନ୍ସଡ ଇଞ୍ଜିନିୟରିଂ ସିଷ୍ଟମଗୁଡିକ ସହ ନିର୍ମାଣ କରାଯାଇଛି । କମ୍ପାନୀ ଉନ୍ନତ ଭେଂଟିଲେଶନ, ଫ୍ୟାନ, ସ୍ପଟ କୁଲର ଭଳି କୁଲିଂ ସଲ୍ୟୁଶନ, ଥଣ୍ଡା ପାଣି ଓ ହାଇଡ୍ରେଟିଂ ବେଭ୍ରେଜ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସୁରକ୍ଷା ଓ ଉପଲବ୍ଧତା ଫିଚର ଓ ଉନ୍ନତ ଆଶ୍ରୟ ସ୍ଥାନ ପାଇଁ ପହଂଚରେ ନିବେଶ କରିବା ଜାରି ରଖିଛି ।
ଆମାଜନ ପକ୍ଷରୁ ଏହାର ପରିଚାଳନା ନେଟ୍ୱର୍କକୁ ସୁରକ୍ଷିତ ଓ ଅଧିକ ଦକ୍ଷ କରିବା ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଓ ମେଶିନ ଲର୍ଣ୍ଣିଂ ସମେତ ବିଭିନ୍ନ ଟେକ୍ନୋଲୋଜିରେ ନିବେଶ କରାଯିବ । ଏଥିରେ ଅସୁରକ୍ଷିତ ଚାଳନା ଆଚରଣ ଉପରେ ଡେଲିଭରି ସର୍ଭିସ ପାର୍ଟନର ଓ ଡେଲିଭରି ଆସୋସିଏଟଙ୍କ ପାଇଁ ଆଲର୍ଟ ଏବଂ ରେଷ୍ଟ ବ୍ରେକ୍ ପାଇଁ ପ୍ରମ୍ପ୍ଟ ମାଧ୍ୟମରେ ସଡକ ସୁରକ୍ଷାକୁ ଉନ୍ନତ କରିବା ପାଇଁ ଟୁଲ୍ ନିୟୋଜିତ କରିବା ସମେତ ରାସ୍ତାର ଜଟିଳତାକୁ ଆକଳନ କରିବାଏବଂ ଅଧିକ ସମାନ କାର୍ଯ୍ୟଭାର ବିତରଣକୁ ସକ୍ଷମ କରିବା ପାଇଁ ଏଆଇ ମଡେଲଗୁଡିକର ବ୍ୟବହାର କରିବା ଆଦି ଅନ୍ତର୍ଭୁକ୍ତ ରହିଛି । ଏଥିରେ ଅସଂଗଠିତ ଠିକଣା ପାଇଁ ଉତମ ନାଭିଗେଶନ ସହ ଡ୍ରାଇଭର ଆପ୍ରେ ଉନ୍ନତିକରଣ, ବର୍ଦ୍ଧିତ ଆୟ ସ୍ୱଚ୍ଛତା ଓ ସରଳ କାର୍ଯ୍ୟପ୍ରବାହ ମଧ୍ୟ ସାମିଲ ରହିଛି ।



