ଅମରନାଥ ଯାତ୍ରାରେ ୧୬ ମୃତ, ୪୦ ଆହତ

ଅମରନାଥ: ଜୁଲାଇ ୦୯: ପବିତ୍ର ଅମରନାଥ ଯାତ୍ରା ବେଳେ ଘଟିଲା ବଡ଼ ଅଘଟଣ । ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ଯୋଗୁ ୧୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ସେହିପରି ୩୦ରୁ ଅଧିକ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି । ଅମରନାଥ ଯାତ୍ରା ଚାଲିଥିବା ବେଳେ ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଗୁମ୍ଫା ପାଖାପାଖି ଅଞ୍ଚଳରେ ହଠାତ ପ୍ରବଳ ବର୍ଷା ସାଙ୍ଗକୁ ଭୁÕଳନ ମଧ୍ୟ ହୋଇଥିଲା । ପ୍ରବଳ […]

Samaya Live Picture
Published On

ଅମରନାଥ: ଜୁଲାଇ ୦୯: ପବିତ୍ର ଅମରନାଥ ଯାତ୍ରା ବେଳେ ଘଟିଲା ବଡ଼ ଅଘଟଣ । ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ଯୋଗୁ ୧୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ସେହିପରି ୩୦ରୁ ଅଧିକ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି । ଅମରନାଥ ଯାତ୍ରା ଚାଲିଥିବା ବେଳେ ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଗୁମ୍ଫା ପାଖାପାଖି ଅଞ୍ଚଳରେ ହଠାତ ପ୍ରବଳ ବର୍ଷା ସାଙ୍ଗକୁ ଭୁÕଳନ ମଧ୍ୟ ହୋଇଥିଲା । ପ୍ରବଳ ବର୍ଷା ଯୋଗୁଁ ପାହଡ ଉପରୁ ପାଣି ବହିବା ଆରମ୍ଭ ହୋଇଥିଲା । ଏଥିରେ ଅନେକ ସଂଖ୍ୟାରେ ତୀର୍ଥଯାତ୍ରୀ ଭାସି ଯାଇଥିବା ସୂଚନା ରହିଛି । ଏବେ ସୁଦ୍ଧା ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆହୁରି ଅନେକ ଏବେ ମଧ୍ୟ ନିଖୋଜ ଅଛନ୍ତି । ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ଉଦ୍ଧାର ଲାଗି ହେଲିକପଫର ସହାୟତା ନିଆଯାଇଛି । ନିଖୋଜଙ୍କ ମଧ୍ୟରୁ କିଛି ତୀର୍ଥଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାଣି ସୁଅରେ ଗୁମ୍ଫା ନିକଟରେ ତୀର୍ଥଯାତ୍ରୀଙ୍କ ବହୁ ଆଶ୍ରୟ ସ୍ଥଳ ଭାସି ଯାଇଛି । ଭୁÕଳନ ଯୋଗୁ ତୀର୍ଥଯାତ୍ରୀମାନେ ଯାଆସ କରୁଥିବା ରାସ୍ତା ମଧ୍ୟ ଧୋଇ ହୋଇଯାଇଛି । ତେବେ ବର୍ଷା ଟିକେ ଥମିବାରୁ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା ପୋଲିସ କହିଛି । କୋଭିଡ ପାଇଁ ଗତ ୨ ବର୍ଷ ଧରି ଅମରନାଥ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପାଇଁ ଗତ ଜୁନ୍‌ ୩୦ରୁ ଯାତ୍ରା ଆରମ୍ଭ ହୋଇଥିଲା । ଖରାପ ପାଗ ପାଇଁ ଏଇ ସପ୍ତାହ ଆରମ୍ଭରୁ ଯାତ୍ରାକୁ ସାମୟିକ ଭାବେ ରଦ୍ଦ କରଯାଇଥିଲା । ତେବେ ଗତକାଲିର ଅଘଟଣ ପରେ ଅମରନାଥ ଯାତ୍ରାକୁ ରଦ୍ଦ କରାଯାଇଛି । ଅମରନାଥ ଯାତ୍ରା ଆସନ୍ତା ଅଗଷ୍ଟ ମାସ ୧୧ ତାରିଖରେ ଶେଷ ହେବାର ଥିଲା ।