ଅମରନାଥରେ ସ୍ୱାଭାବିକ କରାଯାଉଛି ସ୍ଥିତି

ଅମରନାଥ: ଜୁଲାଇ ୧୧: ଅମରନାଥ ବର୍ଷା ବିଭୀଷିକାର ୪୮ ଘଣ୍ଟା ପରେ ବି ସ୍ୱାଭାବିକ ହୋଇନି ଦେବସ୍ଥଳର ସ୍ଥିତି । ଧସିଥିବା ମାଟି ଅତଡ଼ା ଓ ବାଦଲଫଟା ବର୍ଷା ପରର ଧ୍ୱଂସସ୍ତୂପ ତଳୁ ଏବେ ବି ଖୋଜାଖୋଜି ଚାଲିଛି । ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଗତ ଶୁକ୍ରବାର ପ୍ରଳୟଙ୍କରୀ ବର୍ଷା ପରେ ସୃଷ୍ଟି ହୋଇଥିବା ଅଭାବନୀୟ ସ୍ଥିତିରେ ସୁଧାର ପାଇଁ ଜାରି ରହିଛି ଉଦ୍ୟମ । ଅଘଟଣ ପରଠୁ ଆଜିକୁ ଦୁଇଦିନ ଧରି ଯାତ୍ରା ସ୍ଥଗିତ […]

Samaya Live Picture
Published On

ଅମରନାଥ: ଜୁଲାଇ ୧୧: ଅମରନାଥ ବର୍ଷା ବିଭୀଷିକାର ୪୮ ଘଣ୍ଟା ପରେ ବି ସ୍ୱାଭାବିକ ହୋଇନି ଦେବସ୍ଥଳର ସ୍ଥିତି । ଧସିଥିବା ମାଟି ଅତଡ଼ା ଓ ବାଦଲଫଟା ବର୍ଷା ପରର ଧ୍ୱଂସସ୍ତୂପ ତଳୁ ଏବେ ବି ଖୋଜାଖୋଜି ଚାଲିଛି । ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଗତ ଶୁକ୍ରବାର ପ୍ରଳୟଙ୍କରୀ ବର୍ଷା ପରେ ସୃଷ୍ଟି ହୋଇଥିବା ଅଭାବନୀୟ ସ୍ଥିତିରେ ସୁଧାର ପାଇଁ ଜାରି ରହିଛି ଉଦ୍ୟମ । ଅଘଟଣ ପରଠୁ ଆଜିକୁ ଦୁଇଦିନ ଧରି ଯାତ୍ରା ସ୍ଥଗିତ ଥିବାରୁ ଏହାକୁ ତୁରନ୍ତ ସ୍ୱାଭାବିକ କରିବାକୁ ରୁଟ୍‌ ପୁନଃ ନିର୍ମାଣରେ ଲାଗିଛନ୍ତି ସେନା, ସିଆରପିଏଫ୍‌ ଓ ଜାମ୍ମୁ କାଶ୍ମୀର ପୋଲିସ । ଦୁଇ ଦିନର ନିରବଚ୍ଛିନ୍ନ ଉଦ୍ଧାର କାର୍ଯ୍ୟ ଶେଷ ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରାସ୍ତା ତିଆରି କାମ । ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳଙ୍କ ସୂଚନା ଅନୁସାରେ, ବର୍ଷା ବିଧ୍ୱସ୍ତ ଅମରନାଥ ରୁଟ୍‌ ପୁନଃ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ଆଜି ସୁଦ୍ଧା ଏହା ସମାପ୍ତ ହେବା ଆଶା କାରଯାଉଥିବାରୁ ତୀର୍ଥଯାତ୍ରୀଙ୍କୁ ଖୁବଶୀଘ୍ର ଯାତ୍ରା ପାଇଁ ଅନୁମତି ମିଳିପାରେ ।