ଡିଏମ୍‌କେ-ଏଆଇଏଡିଏମ୍‌କେ ସରକାର ଗଠନ ଉଦ୍ୟମ କଲେ ସମସ୍ତ ଟିଭିକେ ବିଧାୟକ ଇସ୍ତଫା ଦେବେ

ଡିଏମ୍‌କେ-ଏଆଇଏଡିଏମ୍‌କେ ସରକାର ଗଠନ ଉଦ୍ୟମ କଲେ ସମସ୍ତ ଟିଭିକେ ବିଧାୟକ ଇସ୍ତଫା ଦେବେ
Samaya Live Desk Picture
Published On

ନୂଆଦିଲ୍ଲୀ: : ଅଭିନେତା ବିଜୟଙ୍କ ଟିଭିକେ (ତାମିଲଗା ଭେଟ୍ଟ୍ରି କାଝାଗମ) ବୁଧବାର  ସନ୍ଧ୍ୟାରେ ଚେତାବନୀ ଦେଇଛି ଯେ ଯଦି ୨ ଦ୍ରାବିଡ଼ ଦଳ ତଥା ଏମ୍‌କେ ‌ଷ୍ଟାଲିନଙ୍କ ଡିଏମ୍‌କେ ଏବଂ ଇକେ ପଲାନିସ୍ବାମୀଙ୍କ ଏଆଇଏଡିଏମ୍‌କେ ସରକାର ଗଠନ ପାଇଁ ଉଦ୍ୟମ କରିବେ ‌ତେବେ ଟିଭିକେର ସମସ୍ତ ୧୦୭ ଜଣ ବିଧାୟକ ଇସ୍ତଫା ଦେବେ। ଟିଭିକେ ଏବେ ସନ୍ଦେହ କରୁଛି ଯେ ଡିଏମ୍‌କେ ଏବଂ ଏଆଇଏଡିଏମ୍‌କେ ରାଜ୍ୟରେ ସରକାର ଗଠନ ପାଇଁ ‌ଚେଷ୍ଟା ଚଳାଇଛନ୍ତି। ଟିଭିକେ ୧୦୮ ଆସନରେ ଜିତିଛି। ତେବେ ବିଜୟ ୨ ଟି ଆସନରେ ଜିିତିଥିବାରୁ ଟିଭିକେ ପାଖରେ ୧୦୭ ବିଧାୟକ ଅଛନ୍ତି। ଟିଭିକେ କହିଛି, ଏକକ ବୃହତ୍ତମ ଦଳ ଭାବେ ରାଜ୍ୟପାଳ ସରକାର ଗଠନ ପାଇଁ ଟିଭିକେକୁ ଆମନ୍ତ୍ରଣ କରିବା ଉଚିତ। ଇତିମଧ୍ୟରେ ତାମିଲନାଡ଼ୁ ରାଜ୍ୟପାର ଆର୍‌ଭି ଆର୍ଲେକର ୨ ଥର ବିଜୟଙ୍କୁ ଫେରାଇ ସାରିଲେଣି। ବିଜୟ ସରକାର ଗଠନ ପାଇଁ ଦାବି କରିଥିବାବେଳେ ରାଜ୍ୟପାଳ ତାଙ୍କୁ ୧୧୮ ବିଧାୟକଙ୍କ ସମର୍ଥନ ସହ ଆସିବାପାଇଁ କହିଛନ୍ତି।

Tags: