ଅଧାରୁ ଫେରିଲା ଏୟାର ଇଣ୍ଡିଆ ବିମାନ
ନୂଆଦିଲ୍ଲୀ : ସାନଫ୍ରାନସିସ୍କୋ ଯାଉଥିବା ବେଳେ ଅଧାରୁ ଫେରି ଆସିଲା ଏୟାର ଇଣ୍ଡିଆ ର ଏକ ବିମାନ । ବିମାନଟି ନୂଆଦିଲ୍ଲୀ ବିମାନ ବନ୍ଦରରୁ ଉଡାଣ ଭରିଥିବାବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ୩ଘଣ୍ଟା ପରେ ପୁଣି ଫେରି ଆସିଥିଲା । ବିମାନରେ ଥିଲେ ୨୩୦ଜଣ ଯାତ୍ରୀ । ଷ୍ଟାଣ୍ଡାର୍ଡ ସେଫଟି ପ୍ରଟୋକଲ ପାଇଁ ବିମାନଟି ଫେରିଥିଲା । ଏନେଇ ଦୁଃଖ ପ୍ରକାଶ କରିଛନ୍ତି ଏୟାର ଇଣ୍ଡିଆ କର୍ତୃପକ୍ଷ । ଯାତ୍ରୀ ମାନଙ୍କ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଉଛି ।
Tags:



