ଉଡ଼ନ୍ତା ବିମାନରେ ନିଆଁ

ନୂଆଦିଲ୍ଲୀ : ଉଡ଼ୁଥିବାବେଳେ ମଝି ଆକଶରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନରେ ରେ ଲାଗିଗଲା ନିଆଁ। ଯାତ୍ରୀଙ୍କୁ ଧରି ୧,୦୦୦ ଫୁଟ ଉଚ୍ଚକୁ ବିମାନ ଉଡ଼ାଣ ଭରି ଥିବାବେଳେ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ୧୮୪ ଜଣ ଯାତ୍ରୀଙ୍କୁ ଧରି ଆଜି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ B737-800 ବିମାନ ଆବୁ ଧାବିରୁ କାଲିକଟ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। କିଛି ସମୟ ପରେ ଇଞ୍ଜିନରେ ନିଆଁ ଲାଗିଥିବା ଜାଣିବା ପରେ ବିମାନଟିକୁ ଆବୁଧାବି ବିମାନବନ୍ଦରରେ ଜରୁରୀକାଳୀନ […]

Samaya Live Picture
Published On

ନୂଆଦିଲ୍ଲୀ : ଉଡ଼ୁଥିବାବେଳେ ମଝି ଆକଶରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନରେ ରେ ଲାଗିଗଲା ନିଆଁ। ଯାତ୍ରୀଙ୍କୁ ଧରି ୧,୦୦୦ ଫୁଟ ଉଚ୍ଚକୁ ବିମାନ ଉଡ଼ାଣ ଭରି ଥିବାବେଳେ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ୧୮୪ ଜଣ ଯାତ୍ରୀଙ୍କୁ ଧରି ଆଜି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ B737-800 ବିମାନ ଆବୁ ଧାବିରୁ କାଲିକଟ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। କିଛି ସମୟ ପରେ ଇଞ୍ଜିନରେ ନିଆଁ ଲାଗିଥିବା ଜାଣିବା ପରେ ବିମାନଟିକୁ ଆବୁଧାବି ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଇଥିଲେ । ଏହାସହ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଅନ୍ୟପକ୍ଷରେ ଡିଜିସିଏ ପକ୍ଷରୁ ଏକ ବୟାନ ଜାରି କରାଯାଇ ବିମାନର ଇଞ୍ଜିନରେ ନିଆଁ ଲାଗିଥିବା ସୂଚନା ଦିଆଯାଇଛି ।