ଅହମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲା : ୩୮ ଜଣଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ ରଖିଲେ ହାଇକୋର୍ଟ
ଅହମଦାବାଦ : ୨୦୦୮ ଅହମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ୩୮ ଜଣ ଦୋଷୀଙ୍କ ମୃତ୍ୟୁଦଣ୍ଡ ଏବଂ ୧୧ ଜଣଙ୍କ ଆଜୀବନ କାରାଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି। ସ୍ବତନ୍ତ୍ର କୋର୍ଟଙ୍କ ୨୦୨୨ ରାୟକୁ ଗୁଜୁରାଟ ହାଇକୋର୍ଟ କାଏମ ରଖିଛନ୍ତି। ସହରର ବିଭିନ୍ନ ସ୍ଥାନରେ ହୋଇଥିବା ଏହି ସମନ୍ୱିତ ଆକ୍ରମଣରେ ୫୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦୦ ରୁ ଅଧିକ ଆହତ ହୋଇଥିଲେ। ଜଷ୍ଟିସ୍ ଏୱାଇ କୋଗ୍ଜେ ଏବଂ ସମୀର ଡାଭେଙ୍କୁ ନେଇ ଗଠିତ ଏକ ଡିଭିଜନ୍ ବେଞ୍ଚ ସ୍ୱତନ୍ତ୍ର କୋର୍ଟର ରାୟକୁ ଦୃଢ଼ୀଭୂତ କରିଛନ୍ତି, ଯାହା ୨୬ ଜୁଲାଇ, ୨୦୦୮ରେ ଅହମ୍ମଦାବାଦକୁ ଥରାଇ ଦେଇଥିବା ସମନ୍ୱିତ ବୋମା ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଇଣ୍ଡିଆନ ମୁଜାହିଦିନ (ଆଇଏମ୍)ର ସଦସ୍ୟମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା।
୭୦ ମିନିଟ୍ ମଧ୍ୟରେ ୨୧ଟି ସ୍ଥାନରେ ହୋଇଥିବା ଏହି ସିରିଜ ବିସ୍ଫୋରଣରେ ୫୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ବିସ୍ଫୋରଣ ପୀଡିତଙ୍କୁ ଚିକିତ୍ସା କରୁଥିବା ଅନେକ ହସ୍ପିଟାଲକୁ ମଧ୍ୟ ଟାର୍ଗେଟ କରାଯାଇଥିଲା, ଯାହା ଆତଙ୍କବାଦୀ ଆକ୍ରମଣର ପରିମାଣକୁ ଆହୁରି ବୃଦ୍ଧି କରିଥିଲା। ଫେବୃଆରୀ ୨୦୨୨ରେ, ସ୍ୱତନ୍ତ୍ର କୋର୍ଟ ୩୮ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ, ଏହି ମାମଲାକୁ ‘ବିରଳରୁ ବିରଳ’ ବର୍ଗରେ ପଡୁଥିବା ବର୍ଣ୍ଣନା କରିଥିଲେ। ଅନ୍ୟ ଏଗାର ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା।
Tags:




