ଅଗ୍ନିବୀରଙ୍କ କାର୍ଯ୍ୟକାଳ ବୃଦ୍ଧି ହେବ

ଅଗ୍ନିବୀରଙ୍କ କାର୍ଯ୍ୟକାଳ ବୃଦ୍ଧି ହେବ
Samaya Live News Picture
Published On

ନୂଆଦିଲ୍ଲୀ : ଅଗ୍ନିବୀରଙ୍କ ପାଇଁ ଐତିହାସିକ ପଦକ୍ଷେପ ଇ ଅଗ୍ନିବୀର ଙ୍କ କାର୍ଯ୍ୟକାଳ ଆଉ ୨ବର୍ଷ ବୃଦ୍ଧି କରାଯିବ । ୪ ବର୍ଷରୁ ବଢ଼ାଇ ୬ ବର୍ଷ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଫଳରେ ଅଗ୍ନିବୀରମାନଙ୍କୁ ଆଉ ୨ ବର୍ଷର ଅତିରିକ୍ତ ସେବା ଅବଧି (Second Engagement Period) ମିଳିବ । ପ୍ରଥମ ବ୍ୟାଚ୍‌ର ଅଗ୍ନିବୀରମାନଙ୍କ ୪ ବର୍ଷର କାର୍ଯ୍ୟକାଳ ଡିସେମ୍ବର ୨୦୨୬ରେ ଶେଷ ହେବାକୁ ଯାଉଥିବା ବେଳେ, ଏହି ନୂଆ ନିଷ୍ପତ୍ତି ସେମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି ।

ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍  ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣି କହିଛନ୍ତି, “ଆଜିର ଦିନ ଭାରତୀୟ ପ୍ରତିରକ୍ଷା ବାହିନୀ ଏବଂ ଆମ ଅଗ୍ନିବୀରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଗ୍ନିବୀରଙ୍କ କାର୍ଯ୍ୟ ଦକ୍ଷତା ଭଲ ରହିଛି । ୨ ବର୍ଷ ପରେ ସେନାରେ ନିଯୁକ୍ତି ପାଇଁ ଆବେଦନ କରି ପାରିବେ ।

ସୂଚନାନୁସାରେ, ୨୦୨୨ ଜୁନ୍ ୧୪ ତାରିଖରେ ଅଗ୍ନିପଥ ଯୋଜନା ଆରମ୍ଭ ହୋଇଥିଲା । ବର୍ତ୍ତମାନର ନିୟମ ଅନୁଯାୟୀ, ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେନାରେ ସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଉଛି । କିନ୍ତୁ ସେନାବାହିନୀ ପକ୍ଷରୁ ଏହି ସୀମାକୁ ୫୦% ରୁ ୭୫% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି, ଯାହା ଉପରେ ଏବେ ବିଚାର ଚାଲିଛି । ଏହା ବ୍ୟତୀତ, ୪ କିମ୍ବା ୬ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ଯେଉଁ ଅଗ୍ନିବୀରମାନେ ସେନା ଛାଡ଼ିବେ, ସେମାନଙ୍କ ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF) ଏବଂ ଆସାମ ରାଇଫଲ୍ସରେ ଚାକିରି ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ଓ ବୟସ କୋହଳ ବ୍ୟବସ୍ଥା ମଧ୍ୟ କରାଯାଇଛି ।

Tags: