ଅଗ୍ନିବୀରର ୩୦ଟି ସ୍ଲଟ ପାଇଁ ଆବେଦନ ହେଲାଣି ୫୬,୯୬୦ ଫର୍ମ
ନୂଆଦିଲ୍ଲୀ: ଜୁନ ୨୭: ଅଗ୍ନିପଥ ଯୋଜନାରେ ପଞ୍ଜିକରଣ ପାଇଁ ଭାରତୀୟ ବାୟୁସେନାକୁ ଆସିଲାଣି ୫୬,୯୬୦ଟି ଆବେଦନପତ୍ର । ୩୦ଟି ସ୍ଲଟ୍ ପାଇଁ ଆଜି ସୁଦ୍ଧା ଏତିକି ଆବେଦନପତ୍ର ପହଞ୍ଚିଥିବା ବାୟୁସେନା ପକ୍ଷରୁ ସ୍ପଷ୍ଟ ହୋଇଛି । ସେହିପରି ଆସନ୍ତା ଜୁଲାଇ ୫ରେ ଭାରତୀୟ ବାୟୁସେନା ପାଇଁ ଅଗ୍ନିପଥ ଯୋଜନାର ନିଯୁକ୍ତି ପ୍ରକ୍ରିୟା ସରୁଛି । ଭାରତୀୟ ବାୟୁସେନା ୩ ହଜାର ଅଗ୍ନିବୀର ନିଯୁକ୍ତ କରିବାକୁ ଲକ୍ଷ୍ୟ ରଖିଛି । ଏହାସହ ଡିସେମ୍ବର ୩୦ ତାରିଖ ସୁଦ୍ଧା ପ୍ରଶିକ୍ଷଣ […]
ନୂଆଦିଲ୍ଲୀ: ଜୁନ ୨୭: ଅଗ୍ନିପଥ ଯୋଜନାରେ ପଞ୍ଜିକରଣ ପାଇଁ ଭାରତୀୟ ବାୟୁସେନାକୁ ଆସିଲାଣି ୫୬,୯୬୦ଟି ଆବେଦନପତ୍ର । ୩୦ଟି ସ୍ଲଟ୍ ପାଇଁ ଆଜି ସୁଦ୍ଧା ଏତିକି ଆବେଦନପତ୍ର ପହଞ୍ଚିଥିବା ବାୟୁସେନା ପକ୍ଷରୁ ସ୍ପଷ୍ଟ ହୋଇଛି । ସେହିପରି ଆସନ୍ତା ଜୁଲାଇ ୫ରେ ଭାରତୀୟ ବାୟୁସେନା ପାଇଁ ଅଗ୍ନିପଥ ଯୋଜନାର ନିଯୁକ୍ତି ପ୍ରକ୍ରିୟା ସରୁଛି । ଭାରତୀୟ ବାୟୁସେନା ୩ ହଜାର ଅଗ୍ନିବୀର ନିଯୁକ୍ତ କରିବାକୁ ଲକ୍ଷ୍ୟ ରଖିଛି । ଏହାସହ ଡିସେମ୍ବର ୩୦ ତାରିଖ ସୁଦ୍ଧା ପ୍ରଶିକ୍ଷଣ ଆରମ୍ଭ କରିବ । ପରେ ଦୁଇଟି ଫେଜରେ ପରୀକ୍ଷା ସହ ମେଡ଼ିକାଲ ଟେଷ୍ଟ କରାଯିବ । ନିଯୁକ୍ତି ପାଇଁ ତିନି ସେନାରେ ଅନଲାଇନ୍ ସେଣ୍ଟ୍ରାଲାଇଜ୍ ସିଷ୍ଟମ୍ ଜରିଆରେ ଏନରୋଲମେଣ୍ଟ କରାଯିବ । ନିଯୁକ୍ତି ପାଇଁ ସ୍ୱୀକୃତିପ୍ରାପ୍ତ ବୈଷୟିକ ଅନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ରାଲି ଏବଂ କ୍ୟାମ୍ପସ ଇଣ୍ଟରଭିୟୁ ଅନୁଷ୍ଠିତ ହେବ । ସେନାରେ ନିଯୁକ୍ତ ସମସ୍ତ ଯୁବକଙ୍କ ପାଇଁ ଶାରୀରିକ ଏବଂ ଚିକିତ୍ସା ପରୀକ୍ଷା ମଧ୍ୟ ନିଆଯିବ । ଦଶମ ଏବଂ ଦ୍ୱାଦଶ ପାସ୍ ଯୁବକମାନେ ଏଥିପାଇଁ ଆବେଦନ କରିପାରିବେ । ଏମାନଙ୍କ ରାଙ୍କ ସ୍ୱତନ୍ତ୍ର ରହିବ, ତିନି ବାହିନୀ ଠାରୁ ପୃଥକ ହେବ ଅଗ୍ନିବୀର ପଦବୀ । ସେହିପରି ଏମାନଙ୍କ ଚାକିରୀ ଅବଧି ୬ ମାସ ପ୍ରଶିକ୍ଷଣକୁ ମିଶାଇ ମୋଟ ୪ ବର୍ଷ ହେବ । ତେବେ ୪ ବର୍ଷ ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କ ନିଯୁକ୍ତି ଅବଧି ବୃଦ୍ଧି କରାଯିବ । ତେବେ ଏମାନଙ୍କର ଆଉ ଥରେ ସ୍କ୍ରିନିଂ କରାଯିବ । ଯେଉଁମାନେ ୪ ବର୍ଷ ପରେ ଅବସର ନେବେ ସେମାନଙ୍କୁ ଏକକାଳୀନ ୧୧ ଲକ୍ଷ ଟଙ୍କା ମିଳିବ । ସେମାନଙ୍କ ଲାଗି କୌଣସି ପେନସନ୍ ବ୍ୟବସ୍ଥା ରହିବ ନାହିଁ । ମାତ୍ର ଯେଉଁମାନଙ୍କ ନିଯୁକ୍ତି ଅବଧି ବଢିବ, ସେମାନେ ଆଉ ୧୫ ବର୍ଷ ଲାଗି ସେନାରେ କାର୍ଯ୍ୟ କରିବେ । ଅବସର ପରେ ସେମାନଙ୍କୁ ପେନସନ୍ ମିଳିବ । ଅଗ୍ନିବୀରମାନେ ମାସକୁ ୩୦ରୁ ୪୦ ହଜାର ଟଙ୍କା ଯାଏଁ ଦରମା ପାଇବେ । ସେହିପରି ସେମାନଙ୍କୁ ବିନା ଦେୟରେ ୪୮ ଲକ୍ଷ ଟଙ୍କାର ବୀମା ମିଳିବ । ପର୍ଯ୍ୟାୟ କ୍ରମେ ୩ ବାହିନୀରେ ପ୍ରାୟ ୪୫ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ଅବସର ପରେ ସେମାନଙ୍କୁ ଅଗ୍ନିବୀର ସ୍କିଲ ପ୍ରମାଣପତ୍ର ବି ମିଳିବ । ସେବାମୁକ୍ତ ହେବା ପରେ ଅଗ୍ନିବୀରମାନେ ଅନ୍ୟାନ୍ୟ ସଂସ୍ଥାରେ ଚାକିରି ମଧ୍ୟ କରିପାରିବେ ।




