ଅଗ୍ନିପଥ ଯୋଜନା ବୈଧ,ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବୈଧ ଘୋଷଣା କରିଛନ୍ତି ଦିଲ୍ଲୀ ହାଇକୋର୍ଟ I ଏହା ସହିତ ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଗତ ପିଟିସନ୍ ସବୁ ଖାରଜ କରିଦେଇଛନ୍ତି କୋର୍ଟ I ଏହି ପିଟିସନ୍ ସବୁର ଶୁଣାଣି କରାଯାଇ ଗତବର୍ଷ ଡିସେମ୍ବର ୧୫ ତାରିଖରେ ରାୟ ସଂରକ୍ଷଣ କରି ରଖାଯାଇଥିଲା I ଆଜି ବିଚାରପତି ସତୀଶଚନ୍ଦ୍ର ଶର୍ମା ଏବଂ ବିଚାରପତି ସୁବ୍ରମଣିୟମ୍ ପ୍ରସାଦ ରାୟ ଘୋଷଣା କରିଛନ୍ତି । ତେବେ ଏହି ଶୁଣାଣି ବେଳେ […]
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବୈଧ ଘୋଷଣା କରିଛନ୍ତି ଦିଲ୍ଲୀ ହାଇକୋର୍ଟ I ଏହା ସହିତ ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଗତ ପିଟିସନ୍ ସବୁ ଖାରଜ କରିଦେଇଛନ୍ତି କୋର୍ଟ I ଏହି ପିଟିସନ୍ ସବୁର ଶୁଣାଣି କରାଯାଇ ଗତବର୍ଷ ଡିସେମ୍ବର ୧୫ ତାରିଖରେ ରାୟ ସଂରକ୍ଷଣ କରି ରଖାଯାଇଥିଲା I ଆଜି ବିଚାରପତି ସତୀଶଚନ୍ଦ୍ର ଶର୍ମା ଏବଂ ବିଚାରପତି ସୁବ୍ରମଣିୟମ୍ ପ୍ରସାଦ ରାୟ ଘୋଷଣା କରିଛନ୍ତି । ତେବେ ଏହି ଶୁଣାଣି ବେଳେ ଅଗ୍ନିପଥ ଯୋଜନାକୁ ସମର୍ଥନ କରିଥିଲେ କେନ୍ଦ୍ର ସରକାର।
ଗତବର୍ଷ ଜୁନ୍ ୧୪ ରେ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଯୁବକ ମାନଙ୍କ ନିମନ୍ତେ ଅଗ୍ନିପଥ ଯୋଜନା ଆରମ୍ଭ କରାଯାଇଥିଲା। ଏହାର ବୟସ ସୀମାକୁ ଓ ଦରମା ସ୍କିମ କୁ ନେଇ ସାରା ଦେଶରେ ଏହି ଯୋଜନା ବିରୋଧରେ ତୀବ୍ର ବିରୋଧ କରାଯାଇଥିଲା। ସରକାର ୨୦୨୨ ମସିହାରେ ନିଯୁକ୍ତି ପାଇଁ ବୟସ ସୀମାକୁ ବୃଦ୍ଧି କରି ୨୩ ବର୍ଷ କରିଥିଲେ। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ସମେତ ଅନେକ ହାଇକୋର୍ଟରେ ଆବେଦନ କରାଯାଇଥିଲା। ପରେ ସୁପ୍ରିମକୋର୍ଟ ଏହି ଆବେଦନଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଅଗ୍ନିପଥ ଯୋଜନାର ବୈଧତାକୁ ନେଇ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଦାଏର କରାଯାଇଥିବା ସମୁଦାୟ ୨୩ଟି ପିଟିସନ୍ରୁ ୫ଟିରେ ‘ଅଗ୍ନିପଥ ଯୋଜନା’ ଚାଲେଞ୍ଜ୍ କରାଯାଇଥିଲା। ବାକି ୧୮ଟି ପିଟିସନ୍ରେ ସେନାର ପୁରାତନ ଭର୍ତ୍ତି ଯୋଜନା ଅନୁଯାୟୀ ନିଯୁକ୍ତି ମିଳୁ ବୋଲି ନିବେଦନ କରାଯାଇଥିଲା। ଅଦାଲତ ସବୁ ପିଟିସନ୍ଗୁଡ଼ିକୁ ଖାରଜ କରିଛନ୍ତି।
ଅଗ୍ନିବୀର ହେବା ପାଇଁ ପ୍ରାର୍ଥୀ ମାନଙ୍କର ସର୍ବନିମ୍ନ ଯୋଗ୍ୟତା ୪୫ ପ୍ରତିଶତ ନମ୍ବର ରଖି ଦଶମ ପାସ୍ କରିଥିବା ଆବଶ୍ୟକ I ଏହା ସହିତ ବୟସ ସୀମା ୧୭ ରୁ ୨୧ ବର୍ଷ ରଖା ଯାଇଥିବାବେଳେ ପରେ ଏହି ବୟସ ସୀମାକୁ ବଢ଼ାଇ ୨୩ ବର୍ଷ ରଖାଯାଇଥିଲାI ସେହିପରି ଏହି ଯୋଜନାରେ ଦକ୍ଷତା ଅନୁଯାୟୀ ୨୫ ପ୍ରତିଶତଯୁବକଙ୍କୁ ନିୟମିତ କରାଯିବ I
ଅଗ୍ନିବୀର ପ୍ରାର୍ଥୀମାନଙ୍କୁ ଶାରୀରିକ ପରୀକ୍ଷା ଏବଂ ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ। ଏହି ଯୋଜନା ଅଧୀନରେ, ବର୍ତ୍ତମାନ ଦେଶର ପ୍ରାୟ ୨୦୦ କେନ୍ଦ୍ରରେ ଆସନ୍ତା ଏପ୍ରିଲ ମାସରେ ଅନଲାଇନ୍ ପରୀକ୍ଷା ହେବାକୁ ଯାଉଛି I
ଅଗ୍ନିବୀରଙ୍କ ମାସିକ ଦରମା :
ପ୍ରଥମ ବର୍ଷରେ – ୩୦ ,୦୦୦
ଦ୍ୱିତୀୟ ବର୍ଷରେ – ୩୩ ,୦୦୦
ତୃତୀୟ ବର୍ଷରେ -୩୬ ,୫୦୦
ଚତୁର୍ଥ ବର୍ଷରେ ୪୦ ,୦୦୦




