ତ୍ରିକୁଟ ପାହାଡ଼ ଶିଖରରେ ବଡ଼ ଦୁର୍ଘଟଣା

ଝାଡ଼ଖଣ୍ଡ: ଅପ୍ରେଲ ୧୧: ଝାଡଖଣ୍ଡ ତ୍ରିକୁଟ ପାହାଡ଼ ଶିଖରରେ ବଡ଼ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ପର୍ଯ୍ୟଟକଙ୍କ ପାଇଁ ଚାଲୁଥିବା ରୋପୱେର ଅନେକ ଟ୍ରଲି ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଫଶି ରହିଛନ୍ତି । ପର୍ବତ ଶିଖରରେ ଅଟକି ରହିଥିବା ଲୋକଙ୍କୁ ପ୍ରଶାସନ ଡ୍ରୋନ୍ ମାଧ୍ୟମରେ ଖାଦ୍ୟ ଏବଂ ଜଳ ପଠାଉଛି ।ଉଦ୍ଧାର ପାଇଁ ବର୍ତ୍ତମାନ ଭାରତୀୟ ବାୟୁସେନାର ଦୁଇଟି ହେଲିକପ୍ଟରକୁ କାର୍ଯ୍ୟରେ ନିୟୋଜିତ କରିଛି। ପରସ୍ଥିତିକୁ ଦେଖି […]

Samaya Live Picture
Published On

ଝାଡ଼ଖଣ୍ଡ: ଅପ୍ରେଲ ୧୧: ଝାଡଖଣ୍ଡ ତ୍ରିକୁଟ ପାହାଡ଼ ଶିଖରରେ ବଡ଼ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ପର୍ଯ୍ୟଟକଙ୍କ ପାଇଁ ଚାଲୁଥିବା ରୋପୱେର ଅନେକ ଟ୍ରଲି ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଫଶି ରହିଛନ୍ତି । ପର୍ବତ ଶିଖରରେ ଅଟକି ରହିଥିବା ଲୋକଙ୍କୁ ପ୍ରଶାସନ ଡ୍ରୋନ୍ ମାଧ୍ୟମରେ ଖାଦ୍ୟ ଏବଂ ଜଳ ପଠାଉଛି ।ଉଦ୍ଧାର ପାଇଁ ବର୍ତ୍ତମାନ ଭାରତୀୟ ବାୟୁସେନାର ଦୁଇଟି ହେଲିକପ୍ଟରକୁ କାର୍ଯ୍ୟରେ ନିୟୋଜିତ କରିଛି। ପରସ୍ଥିତିକୁ ଦେଖି ଘଟଣାସ୍ଥଳରେ ୧୪୪ଧାରା ଜାରି କରାଯାଇଛି । ଦେବଗର ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଯଥାଶୀଘ୍ର ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତି । ରବିବାର ଦିନ ରାମ ନବମୀ ଅବସରରେ ତ୍ରିକୁଟରେ ବହୁ ଲୋକଙ୍କ ସମାଗମ ହୋଇଥିଲା । ହଠାତ୍ ରୋପୱେର ଟ୍ରଲି ପରସ୍ପର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଛି ।