ଉତ୍ତରପ୍ରଦେଶ ଦୁର୍ଘଟଣାରେ ୧୧ ମୃତ

ଉତ୍ତରପ୍ରଦେଶ: ଫେବୃଆରୀ ୨୨: ଏକ ବିବାହରୁ ଫେରୁଥିବା ୧୧ ଲୋକ ଉତ୍ତରପ୍ରଦେଶରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁଇଜଣ ଆହତ ହୋଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ଚମ୍ପାୱାଟ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସେମାନେ ଯାଉଥିବା ଗାଡିଟି ସୁଖିଦାଙ୍ଗ ରିଥା ସାହିବ ରାସ୍ତା ନିକଟରେ ଥିବା ଏକ ଘାଟରେ ଖସିପଡିଥିଲା, କୁମାଓନ୍ ଡେପୁଟି ଇନ୍ସପେକ୍ଟର ନୀଲେଶ ଆନନ୍ଦ ଭର୍ନେ ଜାତୀୟ ଗଣ ମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଚମ୍ପାୱାଟ ଜିଲ୍ଲାର ପୋଲିସ୍ […]

Samaya Live Picture
Published On

ଉତ୍ତରପ୍ରଦେଶ: ଫେବୃଆରୀ ୨୨: ଏକ ବିବାହରୁ ଫେରୁଥିବା ୧୧ ଲୋକ ଉତ୍ତରପ୍ରଦେଶରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁଇଜଣ ଆହତ ହୋଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ଚମ୍ପାୱାଟ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସେମାନେ ଯାଉଥିବା ଗାଡିଟି ସୁଖିଦାଙ୍ଗ ରିଥା ସାହିବ ରାସ୍ତା ନିକଟରେ ଥିବା ଏକ ଘାଟରେ ଖସିପଡିଥିଲା, କୁମାଓନ୍ ଡେପୁଟି ଇନ୍ସପେକ୍ଟର ନୀଲେଶ ଆନନ୍ଦ ଭର୍ନେ ଜାତୀୟ ଗଣ ମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଚମ୍ପାୱାଟ ଜିଲ୍ଲାର ପୋଲିସ୍ ଅଧୀକ୍ଷକ ଦେବେନ୍ଦ୍ର ପିଞ୍ଚା କହିଛନ୍ତି, ‘ଦୁର୍ଘଟଣା ସ୍ଥଳରେ ଆମେ ଏପର୍ଯ୍ୟନ୍ତ ୧୧ ଟି ମୃତଦେହ ଉଦ୍ଧାର କରିଛୁ। ଆମର ସୂଚନା ଅନୁଯାୟୀ ୧୪ ରୁ ୧୫ ଜଣ ଲୋକ ଗାଡିରେ ଥିଲେ। ଉଦ୍ଧାରକାରୀ ଦଳ ବର୍ତ୍ତମାନ ମଧ୍ୟ ଅନ୍ୟ ଲୋକଙ୍କୁ ଖୋଜୁଛନ୍ତି।‘ ତେବେ ଗାଡିର ଡ୍ରାଇଭର ଦୁର୍ଘଟଣାରୁ ବଞ୍ଚି ଯାଇ ସ୍ଥାନୀୟ ଲୋକଙ୍କୁ ଏବଂ ପୋଲିସକୁ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଥିଲେ।

Tags: accident