ରାଜ୍ୟସଭା ଉପନେତା ପଦରୁ ହଟିଲେ ରାଘବ

ରାଜ୍ୟସଭା ଉପନେତା ପଦରୁ ହଟିଲେ ରାଘବ
Samaya Live Desk Picture
Published On

ନୂଆଦିଲ୍ଲୀ:  ଆମ୍‌ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଏହାର ଉପନେତା ପଦରୁ ହଟେଇ ଦେଇଛି। ୨୦୨୩ରୁ ରାଘବ ଏହି ପଦରେ ଥିଲେ। ତାଙ୍କ ସ୍ଥାନରେ ପଞ୍ଜାବ ସାଂସଦ ଅ‌ଶୋକ ମିତ୍ତଲଙ୍କୁ ଆପ୍‌ ଦଳର ଉପନେତା କରିଛି। ରାଜ୍ୟସଭା ସଚିବାଳୟକୁ ଆଧିକାରିକ ଭାବେ ଦଳ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଆପ୍‌ର ଏହି ପଦକ୍ଷେପ ପରେ ଦଳରେ ଫାଟ ନେଇ ଗୁଞ୍ଜରଣ ସୃଷ୍ଟି ହୋଇଛି। ତେବେ ମିତ୍ତଲ କହିଛନ୍ତି, ସମସ୍ତଙ୍କୁ ସୁଯୋଗ ମିଳିବା କଥା ବୋଲି ଦଳ ଅନୁଭବ କରି ଏହି ପଦକ୍ଷେପ ନେଇଛି।

Tags: